ମେଣ୍ଢିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ସରକରୀ ଉଚ୍ଚ ବିଦ୍ୟାଳୟ ,ମେଣ୍ଢୀମାଳ ଠାରେ ମୌଳିକ ସାକ୍ଷରତା ଓ ଭାଷା ଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ପିଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ପାଲଝର ର ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟାଙ୍କ ତତ୍ବାବଧାନ ରେ ଆୟୋଜିତ କାର୍ଯ୍ୟ କ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଉଦଘାଟନ କରିଥିଲେ ।ସେ ତାଙ୍କ ଅଭିଭାଷଣ ରେ ମାତୃଭାଷା ର ଉନ୍ନତି କୁ ଗୁରୁତ୍ଵାରୋପ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ନୂତନ ଶିକ୍ଷା ନୀତି ୨୦୨୦ ର ଆଧାରରେ ମାତୃଭାଷା ପ୍ରତି ଆଗ୍ରହ ଓ ବାଚନ କୌଶଳ ର ବୃଦ୍ଧି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଗଳ୍ପ ଉତ୍ସବ କୁ ଅତିଥିମାନେ ଏକ ଅଭିନବ ପ୍ରୟାସ ବୋଲି ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଳ୍ପ କଥନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ଭାଗ ନେଇ ଥିଲେ । ଜେ ଏନ ଭି ର ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା “ତଅପୋଇ” ଗପ କହି ଗଳ୍ପ ଉତ୍ସବକୁ ମନୋଜ୍ଞ କରିଥିଲେ ।ଗଳ୍ପ ଉତ୍ସବର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ସଙ୍ଗେ ସଙ୍ଗେ ଉତ୍ସବର ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର