ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ବଡ଼ ମଣିଷ ନୁହେଁ ଭଲ ମଣିଷ ହୁଅ
ନରସିଂହପୁର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ସାର୍ପ ସଂଗଠନ ପକ୍ଷରୁ 18 ତମ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ନରସିଂହପୁର ସ୍ଥିତ ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଆଡିସନାଲ ଡିଜି ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ବଡ଼ ମଣିଷ ନୁହେଁ ଭଲ ମଣିଷ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସ୍ୱତନ୍ତ୍ର ଅତିଥିଭାବେକେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ମାଧ୍ୟମରେ ପ୍ରେରଣା ଯୋଗାଇବା ସହ ଏକଲବ୍ୟ ଅନୁଷ୍ଠାନ ମାଧ୍ୟମରେ ଅଞ୍ଚଳର ଯୁବବର୍ଗ ଙ୍କୁ ନିଯୁକ୍ତି ରେ ସହାୟକ ହୋଇପାରିଛି ଏହି ଅନୁଷ୍ଠାନ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେଡାଇରେକ୍ଟର ଅଫ୍( FATF )ଭାରତ ଅର୍ଥ ମନ୍ତ୍ରାଳୟ ର ଆଣ୍ଟି ମନି ଲଡ୍ରିଂଲିଙ୍ଗ ର ନିର୍ଦେଶକ ସ୍ମାରକ ସ୍ୱାଇଁଯୋଗଦେଇ ଯେତେ ବଡ଼ ପଦବୀରେ ରହିଲେ ମଧ୍ୟ କେବେ ହେଲେ ମା, ମାଟି, ମାତୃଭାଷା କୁ ଭୁଲିବ ନାହିଁ ବୋଲି କହିଥିଲେ।ସାମାଜିକ କର୍ମୀ ଚନ୍ଦନ ସାହୁ ଯୋଗଦେଇ ପ୍ରତିଭା ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ।ପ୍ରାକ୍ତନ କଲେଜ ଅଧକ୍ଷ ତଥାସାର୍ପ ସଂଗଠନ ସଭାପତି କୁଳମଣି ବାରିକି ସଭାରେ ଅଧକ୍ଷତା କରିଥିବା ବେଳେ ଅବସର ପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଡ଼ ପ୍ରଫୁଲ କୁମାର ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ।ସାର୍ପ ସଂଗଠନ ର ସମ୍ପାଦକ ବିଜୟ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେIRS ସ୍ମାରକ ସ୍ୱାଇଁ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅରାଟ ଗୌରବ ସମ୍ମାନଓଡିଶା ପ୍ରଶାସନିକ ସେବା ରେ OAS ପରୀକ୍ଷାରେ 47 ତମ ସ୍ଥାନ ଅଧିକାର କରିଥିବା ଭାଗ୍ୟଶ୍ରୀ ସ୍ୱାଇଁ, 50 ତମ ସ୍ଥାନ ଅଧିକାର କରିଥିବା ସତ୍ୟଜିତ ପଣ୍ଡା,OIS ରେ 8 ନମ୍ବର ସ୍ଥାନ ରେ ଥିବା ସାଗରିକା ପ୍ରିୟଦର୍ଶିନୀ ଙ୍କୁ ଯୁବ ପ୍ରତିଭା ସମ୍ମାନ ମାଟ୍ରିକ ପରୀକ୍ଷାରେ 560 ନମ୍ବର ରଖି ନରସିଂହପୁର ବ୍ଲକ ଟପ୍ପର ହୋଇଥିବା ସୁଦେଷ୍ଣା ଦାସ559 ନମ୍ବର ରଖି ବଡମ୍ବା ବ୍ଲକ ଟପ୍ପର ହୋଇଥିବା ସୋନାଲି ସାହୁ, ଙ୍କୁଅରାଟ ଛାତ୍ର ଗୌରବ ସମ୍ମାନଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ 586 ନମ୍ବର ରଖି ଯୁଗ୍ମ ଓଡିଶା ଟପ୍ପରହୋଇଥିବା ସୁଶୀଲ ନାୟକ କମ୍ପୁଟର ସାଇନ୍ସ ରେ ସମ୍ବଲପୁର ୟୁନିଭରସିଟି ରୁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଉପେନ୍ଦ୍ର କୁମାର ସାହୁ ସଂସ୍କୃତ ରେ ରେଭେନ୍ସା ୟୁନିଭରସିଟି ରୁ ସ୍ବର୍ଣ୍ଣ ପଦକ ହାସଲ କରିଥିବାସୁଶ୍ରୀ ନିବେଦିତା ବଳିୟାର ସିଂଯୁକ୍ତ ଦୁଇ କଳାରେ ନରସିଂହପୁର ବ୍ଲକ ଟପ୍ପର ସାଗରିକା ବେହେରା, ବିଜ୍ଞାନ କ୍ଳବ ଟପ୍ପର ଶୁଭଲକ୍ଷ୍ମୀ ଧଳ, ବାଣିଜ୍ୟ ରେ ଶ୍ରଦ୍ଧାଞ୍ଜଳି ପ୍ରଧାନ,ବଡମ୍ବା ବ୍ଲକରେ କଳା ବିଭାଗ ରେ ଟପ୍ପର ହୋଇଥିବା ଅଙ୍କିତା ପାତ୍ର,ବିଜ୍ଞାନ ରେ ଲକ୍ଷ୍ମୀପ୍ରିୟା ଡ଼ାଳୁଆ, ବାଣିଜ୍ୟ ରେ ପ୍ରିୟଙ୍କା ଦାଶ ଙ୍କୁ ଅରାଟ ଶିକ୍ଷା ଗୌରବ ସମ୍ମାନ ରେଓଡିଶା ଆଦର୍ଶ ପ୍ରବଶିକା ପରୀକ୍ଷା ରେ କଟକ ଜିଲ୍ଲା ଟପ୍ପର ହୋଇଥିବା ଆଦିତ୍ୟ ନାରାୟଣ ସାହୁ ପ୍ରମୁଖ ଙ୍କୁ ଅରାଟ ଶିକ୍ଷା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।
ସେହିପରି ବଡ଼ମ୍ବା ନରସିଂହପୁର ଉଭୟ ବ୍ଲକର 232 ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନତ ମିଶ୍ର, ପ୍ରିୟମ୍ବଦା ଦେବୀ, ଝରଣା ବିଶ୍ୱାଳ, ସୁଭଦ୍ରା ଲେଙ୍କା, ସୋନାଲି ପ୍ରିୟଦର୍ଶନୀ, ମଞ୍ଜୁଲତା ଦେବତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।