January 15, 2026
Home » ମେଧାବୀ ଛାତ୍ରୀ ଶିକ୍ଷା ପୁରସ୍କାରରୁ ବଞ୍ଚିତ

ମେଧାବୀ ଛାତ୍ରୀ ଶିକ୍ଷା ପୁରସ୍କାରରୁ ବଞ୍ଚିତ

0
WhatsApp Image 2026-01-14 at 4.47.09 PM (1)

 

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅବହେଳାରୁ ଜନୈକା ମେଧାବୀ ଛାତ୍ରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରୁ ବଞ୍ଚିତ ହେବା ଫଳରେ ମାନସିକ ଅଶାନ୍ତିରେ ସମୟ ବିତାଉଥିବା ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ ଯେ, ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ପୁରୀ ଜିଲ୍ଲା ନିମାପଡା ଜେବିଆର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ରିୟା ମିଶ୍ର ନାମ୍ନି ମେଧାବୀ ଛାତ୍ରୀ ୫୫୨ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ। ଯାହାଙ୍କ ବୋର୍ଡ ରୋଲ ନଂ ହେଉଛି୧୨୮ ବିଏ୦୨୧୩ ଅଟେ। ସମ୍ପୃକ୍ତ ଛାତ୍ରୀ ମେଧାବୀ ଶିକ୍ଷାର୍ଥୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଥିଲେ।

ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ ପାଇଥିଲା। ତେବେ ରାଜ୍ୟର ସମସ୍ତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ୨୦୨୪ ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିବାବେଳେ ରିୟାଙ୍କୁ ଏଯାବତ୍ ତାହା ମିଳିପାରିନାହିଁ।

ତେବେ କେଉଁମାନଙ୍କ ଅବହେଳାରୁ ଏଇ ଛାତ୍ରୀ ଜଣଙ୍କ ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହୋଇଛନ୍ତି ସେ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସଂପୃକ୍ତ ଛାତ୍ରୀ ଜଣଙ୍କ ପ୍ରତି ହୋଇଥିବା ଅନ୍ୟାୟ ନେଇ ବୁଦ୍ଧିଜୀବି ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ତେବେ ମେଧାବୀ ଛାତ୍ରୀ ରିୟା ମିଶ୍ର ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ଦେଇ ନ୍ୟାୟ ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି।

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *