July 7, 2025
Home » ମୋଟୁ ବନ ବିଭାଗ ଦ୍ବାରା ୪୭୩ ଜୀବନ୍ତ କଇଁଛ ଉଦ୍ଧାର,ଏକ ବୋଲେରୋ ଜବତ ସହ ମାମଲା ରୁଜୁ

ମୋଟୁ ବନ ବିଭାଗ ଦ୍ବାରା ୪୭୩ ଜୀବନ୍ତ କଇଁଛ ଉଦ୍ଧାର,ଏକ ବୋଲେରୋ ଜବତ ସହ ମାମଲା ରୁଜୁ

0
WhatsApp Image 2025-04-25 at 6.26.31 PM (2)

ମାଲକାନଗିରି ଜିଲ୍ଲା ମୋଟୁ ନିକଟସ୍ଥ ଅନ୍ତଃରାଜ୍ୟ ଫାଟକ ଠାରେ ମୋଟୁ ବନ ବିଭାଗ ଦ୍ବାରା ୪୭୩ ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଶୁକ୍ରବାର ପହନ୍ତିଆରେ ଏକ ବୋଲେରୋ ପିକଆପରେ ସୀମାନ୍ତ ଫାଟକ ଦେଇ ଯିବା ସମୟରେ ମୋଟୁ ବାନ ବିଭାଗ ଅଟକାଇବା ପରେ ଗାଡ଼ି ଛାଡ଼ି ଚଂପଟ ମାରିଥିଲେ ଦୁଇ ମାଫିଆ । ଘଟଣା ସ୍ଥଳରୁ ଗାଡ଼ି ଜବତ ସହ ୪୭୩ ଜୀବନ୍ତ କଇଁଛ ଜବତ କରି ମାମଲା ତୁଜୁ କରିଛି ବାନ ବିଭାଗ ।
ପ୍ରକାଶ ଥାଉ କି ଯେ ଚଳିତ ମାସ ପ୍ରଥମ ସପ୍ତାହରେ ମୋଟୁ ବନ ବିଭାଗ ଦ୍ବାରା ଆନ୍ଧ୍ରପ୍ରଦେଶ ସୀମା ମୋଟୁ ତନଖି ଫାଟକରେ ଯାଞ୍ଚ କରିବା ସମୟରେ ତିନିଶହରୁ ଉର୍ଦ୍ଧ୍ବ ଜିଅନ୍ତା କଇଁଚ ଉଦ୍ଧାର କରିଥିଲା । ଜୀବନ୍ତ କଇଁଛଙ୍କୁ ଅଖା ଭିତରେ ପୁରାଇ ଆନ୍ଧ୍ରପ୍ରଦେଶରୁ ମାଲକାନଗିରିର କାଲିମେଲାକୁ ପରିବହନ କରି ଚୋରା କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ମୋଟୁ ଜଙ୍ଗଲ ବିଭାଗ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ।

ରିପୋର୍ଟ : ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟ

Leave a Reply

Your email address will not be published. Required fields are marked *