ମୋୖଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ଫୁଲବାଣୀ ପରିଷଦ
ଫୁଲବାଣୀ ପୌର ପରିଷଦ ଗଠନ ହେବାର ଅଠର ବର୍ଷରୁ ଅଧିକ ବତି ଯାଇଥିଲେ ମଧ୍ୟ ସର୍ବନିମ୍ନ ମୗଳିକ ଆବଶ୍ୟକତା ପୂରଣ ହୋଇ ପାରି ନଥିବାରୁ ଜିଲ୍ଲା ମିଳିତ ନାଗରିକ କମିଟିର ସଭାପତି ଡ ଅରୂପ ଜେନାଙ୍କ ଅଧ୍ୟକ୍ଷତାରେ ବନାନୀ ସଭାଗୣହରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସହରର ଆଶାନୁରୂପ ବିକାଶ ପାଇଁ ଠୋସ ପଦକ୍ଷେପ ନିଆଯାଉନଥିବାରୁ ଜନ ସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ମେଡିକାଲ କଲେଜଟିଏ ନିର୍ମାଣ ହୋଇ ଥିବା ବେଳେ ମେଡିକାଲ କଲେଜ ଓ ମୂଖ୍ୟ ଚିକିତ୍ସାଳୟ କତ୍ତୣପକ୍ଷ ମଧ୍ୟରେ ସମନ୍ୱୟ ଅଭାବରୁ ଆଶାନୁରୂପ ଚିକିତ୍ସା ସୁବିଧା ମିଳୁନାହିଁ।ଦଶ ବର୍ଷ ହେଲା ସାଧାରଣ ଅଲଟ୍ରା ସାଉଣ୍ଢଟିଏ ହେଉ ନାହିଁ।ଅଧା ଚିକିତ୍ସକ ମାସରେ ପନ୍ଦର ଦିନ ରହୁନଥିବା ଅଭିଯୋଗ ହେଉଛି।ଜିଲାରେ ଜାତୀୟ ସ୍ତରର କୌଣସି ଅନୁଷ୍ଠାନଟିଏ ନାହିଁ।ଜିଲା ବସଷ୍ଟାଣ୍ଡଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଅଛି। ସର୍ବନିମ୍ନ ଆବଶ୍ୟକତା ଯେ ବସରୁ ଯାତ୍ରୀ ସହରରେ ଓହ୍ଲାଇଲେ ପାଶ ଯିବାକୁ ଟଏଲେଟ ଟିଏ କାର୍ଯ୍ୟକ୍ଷମ ନାହିଁ।ନିମ୍ନମାନର କାମରୁ ଦୁଇଥର ବସଷ୍ଟାଣ୍ଡ ଡେକୋରେସନ ଭୂଷୁଡି ପଡିଲାଣି। ଜିଲ୍ଲା ଭିତରେ, ବାହାର ଜିଲା ଓ ବାହାର ରାଜ୍ୟକୁ ଗମନାଗମନ ପାଇଁ ଆବଶ୍ୟକ ବସ ସୁବିଧା କରାଯାଉନି।ସହରରେ ବିଶୁଦ୍ଧ ପାନୀୟ ଜଳ ସବୁ ସାହିରେ ମିଳୁନାହିଁ, କିଛି ସାହିରେ ଦୁଇ ଦିନରେ ଏବଂ ବିନା ଫିଲଟରରେ ଦିଆଯାଉଛି। ନଦୀରେ ଅଧିକ ବ୍ୟାରେଜ ନ ହେବାରୁ ଖରାଦିନେ ଜଳାଭାବ ଦେଖାଦେଉଛି। ସ୍ଵରେଜ ବ୍ୟବସ୍ଥା ପାଇଁ ବାରମ୍ବାର ଆନ୍ଦୋଳନ ଓ ନ୍ୟାୟାଳୟ ନିର୍ଦେଶ ସତ୍ୱେ ନିର୍ମାଣ ନ ହେବାରୁ ଫୁଲବାଣୀ ସହରର ଜୀବନଧାରା ପିଲାସାଲକି ନଦୀ ପ୍ରଦୂଷିତ ହେଉଛି।ନିମ୍ନ ମାନର ଡ୍ରେନଜ ବ୍ୟବସ୍ଥା ପାଇଁ ବର୍ଷାଦିନେ ସହରରେ ଡଙ୍ଗା ଭାଷିବା ପରିସ୍ଥିତି ସୣଷ୍ଟି ହେଉଛି।ପାର୍କିଂ ପାଇଁ ସ୍ଥାନ ନ ଥିବାରୁ ଯାନିଯାତ୍ରା ସମୟରେ ନାହିଁ ନଥିବା ସମସ୍ୟା ସୣଷ୍ଟି ହେଉଛି। ଜନସଂଖ୍ୟା ବୣଦ୍ଧି ଦୣଷ୍ଟିରୁ ଏରିଆ ଅନୁଯାୟୀ ଦୈନିକ ହାଟ ପାଇଁ କୌଣସି ବ୍ୟବସ୍ଥା ହେବା ନଥିବାରୁ ଚାଷୀ ଓ ବ୍ୟବସାୟୀ ରାସ୍ତା ଉପରେ ବସୁଛନ୍ତି। ଅନ୍ୟ ଜିଲା ଭଳି ଚାଷୀଙ୍କ ପାଇଁ ଏକ ବହୁ ତଳ ବିଶିଷ୍ଟ ଦୈନିକ ହାଟ ନିର୍ମାଣ ଆବଶ୍ୟକ।ଉତ୍ତରଦାୟୀତ୍ଥ ଅଭାବରୁ ଆମିଷ ବଜାର ଖତ ଖାଉଛି।ବିଦ୍ୟୁତ ଚାଳିତ ଶବ ଦାହ କେନ୍ଦ୍ରର ସାମଗ୍ରୀ ଚୋରି ଗଲାଣି। ପିଅନପଡା ବଡ ବନ୍ଧ ର ଲୁହା ବ୍ୟାରିକେଡ ଆଉ ନାହିଁ। ବନ୍ଧ ତିନୋଟିର ପୁନଃ ଉଦ୍ଧାର ଆବଶ୍ୟକ।ପାହାଡିଆ ଅଞ୍ଚଳ ହୋଇ ଥିବାରୁ ସହରର ଭୂଗର୍ଭସ୍ଥ ଜଳସ୍ତର ବୣଦ୍ଧି ପାଇଁ ବେଳହୁଁ ସାବଧାନ ହେବା ଆବଶ୍ୟକ।ଫୁଲବାଣୀ ସହରର ଜୀବନଧାରା ତିନୋଟି ପୁଷ୍କରଣୀର ପୁନଃ ଉଦ୍ଧାର କରି ହୁଡାକୁ ପାର୍କିଂ ପ୍ଲେସ ଓ ଫୁଡ କୋଟ କରିବା ସହ ନୌ ବିହାର ପାଇଁ ପଦକ୍ଷେପ ନେବା ଆବଶ୍ୟକ। ପିଆନପଡା ବଡ ବନ୍ଧରୁ ମୁଠାଏ ମାଟି ନ ଉଠାଇ 88ଲକ୍ଷ ଟଙ୍କାର ଅପବ୍ୟୟ କରି ଲୁଟ କରାଯାଇଥିବାରୁ ଭିଜିଲାନରେ କେସ ନାଗରିକ କମିଟି ପକ୍ଷରୁ ଦାୟର କରାଯାଇଛି।
ଜିଲା ସଦର ମହକୁମାର ସୌନ୍ଦର୍ଯ୍ୟ କରଣ ପାଇଂ ପଦକ୍ଷେପ ନେବା ଆବଶ୍ୟକ।ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ଗୋଟେ ସ୍ଥାନରେ ନିର୍ମାଣ ହେବା ଆବଶ୍ୟକ। ସବୁଜିମା ଭରା ସହରର ଗଛ ଗୁଡିକ ମରି ଯାଉଥିବାରୁ ଏବେଠୁ ପଦକ୍ଷେପ ନେବା ଆବଶ୍ୟକ।ଜନ ସଂଖ୍ୟା ତୁଳନାରେ ଭଲ ଉଦ୍ୟାନଟିଏ ନାହିଁ।ଦୂର ଦୣଷ୍ଟି ଅଭାବରୁ ଶିଶୁ ଉଦ୍ୟାନ ଟିକୁ ଭାଙ୍ଗି ପକାଇ ଦିଆଯାଇଛି।ସହରର ରାସ୍ତାକଡ ସରକାରୀ ଅଫିସ ଥିବାରୁ ତାର ପାଚେରୀ ପଛକୁ ଘୁଞ୍ଚାଇ ଯୁବକମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାକୁ ଭେଣ୍ଡିଂ ଯୋନ ନିର୍ମାଣ ଆବଶ୍ୟକ। ଏକ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବୀ ହେଉଛି।ବରିଷ୍ଠ ନାଗରିକଙ୍କ ନିମନ୍ତେ ଚିତ୍ତ ବିନୋଦନ କେନ୍ଦ୍ରଟିଏ ନିର୍ମାଣ ସହ ଜିଲ୍ଲା ପାଠାଗାର କାଯ୍ୟକ୍ଷମ କରିବା ଆବଶ୍ୟକ।କ୍ରିଡାକୁ ଗୁରୁତ୍ଥ ଦିଆଯାଉଥିବାବେଳେ ବିଭିନ୍ନ କ୍ରୀଡାବିତଙ୍କ ପାଇଁ ସାହିରେ ଖେଳ ପଡିଆଟିଏ ପାଇଁ ବ୍ୟବସ୍ଥା ନାହିଁ। ନାରାୟଣୀ ମନ୍ଦିର ନିକଟ ବ୍ରାହ୍ମଣୀ ଦେବୀ ପାହାଡ ଉପରକୁ ଫତେଗଡ ଭଳି ଏକ ଟୁରିଷ୍ଟ ସ୍ଥାନ କରିବା ଆବଶ୍ୟକ।
ଏହି ଭଳି ନାହିଁ ନାହିଁର ସହର ଫୁଲବାଣୀର ଜନ ସାଧାରଣ ମୋୖଳିକ ସୁବିଧା ପାଇବାରୁ ବଞ୍ଚିତ ଥିଲାବେଳେ କେଉଁ ଆଧାରରେ 4ନମ୍ବର କାଟେଗୋରୀରେ ଆସୁଥିବା ଫଲବାଣୀ ସହରରେ ରାଜ୍ୟର ଏକ ନମ୍ବର ହୋଲଡିଂ ଟିକସ ଲାଗୁ କରିବାକୁ ପ୍ରୟାଶ କରା ଯାଉଛି, ବୈଠକରେ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ଏହି ଅବସରରେ ଆଇନଜୀଵି ବିଜୟ ମହାନ୍ତି, ରବିନ୍ଦ୍ର ନାଥ ମିଶ୍ର, ବିରଜା ନାହାକ, ବିଜୟ କୣଷ୍ଣ ପଟ୍ଟନାୟକଙ୍କ ସହ ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକ,ପଦ୍ମ ଚରଣ ସ୍ଵାଇଂ, ପ୍ରମୋଦ ସାହୁ, ଲକ୍ଷ୍ମୀଧର ମହାପାତ୍ର, ଭିକାରୀ ପାଣିଗ୍ରାହୀ,ପ୍ରଣବ ମଣ୍ଡଳ, ଇମାନୁଏଲ ରଥ, ମଞୁଳା ପାଣିଗ୍ରାହୀ,ମୋହନ ପ୍ରଧାନ, ଟି ରାଜଗେପାଳ ପାତ୍ର, ପଞ୍ଚାନନ ବେହେରା, ଶ୍ୟାମ ସୁନ୍ଦର ପଣ୍ଡା, କୁନ୍ଦନ ସିଂହ,ବିକାଶ ମହାନ୍ତି ପ୍ରମୁଖ ବହୁ ବୁଦ୍ଧିଜୀବୀ ବୈଠକରେ ସହରର ବିକାଶ ପାଇଁ ମତ ଦେବା ସହ ଅଗଣତାନ୍ତ୍ରିକ ଭାବେ ହୋଲଡିଂ ଟିକସ ବୣଦ୍ଧି ପ୍ରତ୍ୟାହାର କରି ଏହା ଏକ ଅନୁସୂଚୀତ ଅଞ୍ଚଳ ହୋଇ ଥିବାରୁ ସଠିକ ଟିକସଲାଗୁ କରିବାକୁ ମତ ଦେଇଥିଲେ।
