ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଶିବିର ଅନୁଷ୍ଠିତ.

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକଦିନିଆ ଟିବି ମୁକ୍ତ ପଞ୍ଚାୟତ ହେବା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା। ଛତ୍ରପୁର ବ୍ଲକ୍ ଅଧିନସ୍ଥ ୫ଟି ପଞ୍ଚାୟତ ତଥା କାଳୀପଲ୍ଲୀ, ଆର୍ଜିପଲ୍ଲୀ, କଣମଣା, ପୋଡ଼ାପଦର, ଶ୍ରୀରାମଚନ୍ଦ୍ରପୁର କୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଦିଗରେ ସମସ୍ତ ସୋପାନ କୁ ପୂର୍ଣ୍ଣ କରିବା ସହିତ ସମସ୍ତ କର୍ମଚାରୀ ବହୁ ଉତ୍ତମ ଭାବରେ କାମ କରି ଆସୁଥିବା ବେଳେ ଯକ୍ଷ୍ମା ର ମୂଳ ଉତ୍ପାଟନ ଦିଗରେ ନିଜକୁ ସାମିଲ ରଖିବା ଏବଂ ଯକ୍ଷ୍ମା ର ୧୦୦ଦିନିଆ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ତ୍ଵରାନିତ କରାଯିବା ସହିତ ମାର୍ଚ୍ଚ ୨୪ ଜାତୀୟ ଯକ୍ଷ୍ମା ଦିବସ କୁ ପାଳନ କରିବା ଦିଗରେ ଆଲୋକପାତ ହୋଇଥିଲା ଓ ସମସ୍ତ ତଥ୍ୟ ଅନୁଧ୍ୟାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସ୍ବାଧିନ ରଥ ,ଜିଲ୍ଲା ଯକ୍ଷ୍ମା ବିଭାଗ ର ପି.ଏମ.ଡି.ଟି ସଂଯୋଜକ ଏସ ସାଇ ପ୍ରସାଦ , ଯକ୍ଷ୍ମା ସ୍ୱାସ୍ଥ୍ୟ ପରିଦର୍ଶକ ସିଏଚ ଉର୍ମିଳା, ଜିଲ୍ଲା କଣ୍ଡକ୍ଟର ଆୟୁଷ୍ମାନ ଜେନା, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ବିଳାସିନୀ ସେନାପତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବ୍ଲକ୍ କାର୍ଯ୍ୟକ୍ରମ ମ୍ୟାନେଜର ସିମାଞ୍ଚଳ ପ୍ରଧାନ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ଲେବ୍ରେଟରୀ ସୁପରଭାଇଜର ପ୍ରଦେପ୍ କୁମାର ଓଁକାର,ଏବଂ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ଟିବି ଚମ୍ପିୟାନ,ଆଶା ଦିଦି, ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ୨ୟ ଗଂଜାମ ଜିଲ୍ଲା ସ୍ଵାସ୍ଥ୍ୟ ମହୋତ୍ସବ ୨୦୨୫ ରେ ୫ଟି ପଞ୍ଚାୟତ ଟିବି ମୁକ୍ତ ପଞ୍ଚାୟତ କରିବା ଦିଗରେ ସ୍ତିର କରିଥିଲେ ଓ ଡାକ୍ତର ରଥ ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କାର ପାଇ ସମ୍ମାନିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୫ଟି ପଞ୍ଚାୟତର ଟିବି ମୁକ୍ତ କରିବା ନେଇ ଏକ ବୈଠକ ଆୟୋଜନ କରି ନିଜର ଦେଇଥିବା କଥା କୁ ରଖିଥିଲେ ।
chatrapur ru muna behera nka report