August 27, 2025
Home » ଯକ୍ଷ୍ମା ରୋଗର ନିରାକରଣ ସଚେତନତା କାର୍ଯ୍ୟକ୍ରମ !

ଯକ୍ଷ୍ମା ରୋଗର ନିରାକରଣ ସଚେତନତା କାର୍ଯ୍ୟକ୍ରମ !

0
WhatsApp Image 2025-07-31 at 8.54.20 PM

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯକ୍ଷ୍ମା ନିରାକରଣ ସଚେତନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହେଇଯାଇଛି ।
ଛତ୍ରପୁର ବ୍ଳକ୍ ମୁନିସିପେଣ୍ଠ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥ ଙ୍କ ନିର୍ଦ୍ଦେଶ କ୍ରମେ ଏହା ସମ୍ପାଦିତ ହୋଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀ ଙ୍କ ନିମନ୍ତ୍ରିତ ୟୁଥ୍ ରେଡ କ୍ରସ ର ସହଯୋଗ କ୍ରମେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଯକ୍ଷ୍ମା ରୋଗର କାରଣ, ନିରାକରଣ ଓ ସଂକ୍ରମଣର ମାଧ୍ୟମ ଏବଂ ଏହା କିପରି ବ୍ୟାପେ ସେ ସପର୍କରେ ସଚେତନତା କରାଯାଇଥିଲା । ଏଥି ନିମନ୍ତେ ସରକାର ଙ୍କ ଯୋଜନାମାନ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋଚନା କରାଯାଇଥିଲା । ବିସ୍ତୃତ ଆଲୋଚନାରେ ଡ଼ା. ରଥ ଆଲୋକପାତ କରିଥିଲେ । ଜନସ୍ଵାସ୍ଥ୍ୟ ପଦକ୍ଷେପ କୁ ଜନ ସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସଂକ୍ଷିପ୍ତ ମାଧ୍ୟମରେ ଯକ୍ଷ୍ମା ରୋଗ ର ଆଲୋକପାତ କରି ପିଲାମାନଙ୍କୁ ବୁଝାଇଥିଲେ ।
ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ସିମାଞ୍ଚଳ ପ୍ରଧାନ ଯକ୍ଷ୍ମା ରୋଗର ନିବାରଣ କାର୍ଯ୍ୟକ୍ରମକୁ କିପରି ପରିଚାଳନା ହୁଏ ତାହାରି ଉପରେ ଆଲୋକପାତ କରିଥିଲେ ।
ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ ଯକ୍ଷ୍ମା ରୋଗରେ କିଭଳି ସମସ୍ତ ପ୍ରକାର ସରକାରଙ୍କ ପକ୍ଷରୁ ମିଳୁଥିବା ପୃଷ୍ଟିକର ଖାଦ୍ୟ ପାଇଁ ହଜାର ଟଙ୍କା ମିଳୁଥିବା ଓ ସମସ୍ତ ପରୀକ୍ଷା ମାଗଣା ହେଉଥିବା କହିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଟିବି ଚମ୍ପିୟାନ ମୁନା ବେହେରା, ସୁବାଶିଷ ସାହୁ ଏବଂ ଅମ୍ବିକା ପ୍ରସାଦ ଚୌଧୁରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ଅଛି ବୋଲି କହିଥିଲେ ।
ପୂର୍ବରୁ ସ୍କୁଲ ମାନଙ୍କ ରେ ଏପରି ଅନେକ ସଚେତନତା କାର୍ଯ୍ୟକ୍ରମ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ କରାଯାଇଛି କହିବା ସହିତ ପରିଶେଷରେ ଡ଼ା. ରଥ ସଭା କୁ ବିରାମ ଦେଇଥିଲେ ।।

Leave a Reply

Your email address will not be published. Required fields are marked *