October 23, 2025
Home » ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିବସ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍’ ଅବସରରେ ବୃକ୍ଷ ରୋପଣ

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିବସ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍’ ଅବସରରେ ବୃକ୍ଷ ରୋପଣ

0
WhatsApp Image 2025-09-17 at 3.27.59 PM

 

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନ୍ମ ଦିବସ ଅବସରରେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ନେତୃତ୍ଵରେ ରାଜ୍ଯରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ୭୫ ଲକ୍ଷ ଚାରାରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ନେତୃତ୍ବରେ ବଡବସୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ତେର ଗ୍ରାମ ଠାରେ ବୃକ୍ଷରୋପଣ କରାଗଲା। ଏହି ଅଭିଯାନରେ ସାମିଲ ହୋଇ, ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରି ମାଁ ପାଇଁ ଗଛଟିଏ ଲଗାଇବାକୁ ବିଧାୟକ ଶ୍ରୀ ପଟ୍ଟଯୋଷୀ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ କୁମାର ତିର୍କୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା,ବଡ ବସୁଲ ସରପଞ୍ଚ ମକୁନ୍ଦ ଶବର ,ଜଗନ୍ନାଥ ସେବା ସମିତି ର ଅଧକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆଗାମୀ ଦିନରେ ଆହୁରି ବୃକ୍ଷ ରୋପଣ କରି ଏକ୍ ପେଡ୍ ମା’ କେ ନାମ୍ ୨.୦’ଏହି ଅଭିଯାନରେ ସାମିଲ ହେବା ସହ ପରିବେଶ ସୁରକ୍ଷା ପାଇଁ ନିଜର ମୂଲ୍ୟବାନ ସମୟ ଦେବା ପାଇଁ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ସମସ୍ତଙ୍କୁ ଆହ୍ବାନ କରିଥଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *