April 22, 2025
Home » ଯାଦୁଗର ଉଦ୍ଧବ ପଧାନ ସମ୍ମାନୀତ

ଯାଦୁଗର ଉଦ୍ଧବ ପଧାନ ସମ୍ମାନୀତ

0

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କାଦୋଦର ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନଙ୍କୁ ସମ୍ମାନିତ କରାଯାଇଛି I ଭାରତୀୟ ରେଡକ୍ରସ ସୋସାଇଟୀ ପକ୍ଷରୁ ଭୁବନେଶ୍ୱର ର ନୀଳାଚଳ ପୋଲିଟେକ୍ନିକ ଠାରେ ଆୟୋଜିତ ହୋଇଥିବା ଅନ୍ତଃରାଜ୍ୟ ସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ତଥା ତାଲିମ ଶିବିର ଅବସରରେ ଯାଦୁଗର ଶ୍ରୀ ପଧାନଙ୍କୁ ସମ୍ମାନୀତ କରାଯାଇଥିଲା। ଉତ୍ସବରେ ରାଜ୍ୟ ଶାଖା ଜୁନିଅର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ,ମଣିପୁର ର ଜୁନିଅର ରେଡକ୍ରସ ରାଜ୍ୟ ସମ୍ପାଦକ ଅଥୋକପାମ୍ ନବଚନ୍ଦ୍ର ସିଂହ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ଡ଼. ସତ୍ୟ ନାରାୟଣ ହୋତା ଏବଂ ଓଡିଶା ସମେତ ମଣିପୁର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ,ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ ରାଜ୍ୟ ରୁ ସର୍ବମୋଟ 250 ଜଣ ଜୁନିଅର ସ୍ବେଚ୍ଛlସେବୀ ଓ କାଉନସେଲର ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *