ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନ ଲାଇନ ରେ ଅଭିଯୋଗ ଦେଇ ପାରିବେ ଜନସାଧାରଣ
କୋରାପୁଟ ଜିଲାରେ ଚଳିତ ମାସ ୧୯ ତାରିଖରେ ଲମତାପୁଟ ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହା ସକାଳ ୭ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ ଲାଇନ ମାଧ୍ୟମରେ ବ୍ୟକ୍ତି ବିଶେଷ ମାନେ ନିଜ ଅଭିଯୋଗ ଶୁକ୍ରବାର ଦିନ ୧୧ ଘଟିକା ଠାରୁ ଶନିବାର ରାତ୍ର ୧୧. ୫୯ ମିନିଟ ଜନଶୁଣାଣୀ ପୋର୍ଟାଲ http://janasunani.odisha.gov.in ମାଧ୍ୟମରେ ଅଗ୍ରିମ ସ୍ଲଟ ପଞ୍ଜିକରଣ କରିପାରିବେ। ଜନସାଧାରଣ ପଞ୍ଜିକରଣ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶା ଯାଇଥିବା ସ୍ଥାନ ରେ ନିର୍ଦ୍ଧାରିତ ସମୟ ରେ ଉପସ୍ଥିତ ରହି ନିଜର ଅଭିଯୋଗ ଜଣାଇ ପାରିବେ। “ଜନସାଧାରଣ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନ ଲାଇନରେ ଅଭିଯୋଗ ଦେଇ ପାରିବେ” ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
