April 24, 2025
Home » ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବ ନୌସେନା

ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବ ନୌସେନା

0

ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସମୁଦ୍ରରେ ଦେଖିବାକୁ ମିଳିବ ନୌସେନା ର ପରାକ୍ରମ। ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବ ନୌସେନା। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଚଳିତ ଥର ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ଉପକୂଳରେ ଭାରତୀୟ ନୌସେନା ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରିବ। ଏଥିରେ ୨୫ ଟି ଯୁଦ୍ଧ ଜାହାଜ ସହ ୪୦ ଟି ଏୟାରକ୍ରାଫ୍ଟ ଏବଂ ବିଭିନ୍ନ ସାମରିକ କମାଣ୍ଡୋ ସାମିଲ୍ ହୋଇ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ରାଷ୍ଟ୍ରପତିଙ୍କ ସହିତ ଅନ୍ୟାନ୍ୟ ଭିଭିଆଇପି ମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି। ସେହିପରି ସାଧାରଣ ଲୋକମାନେ ନୌସେନାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ର ଦେଖିବା ପାଇଁ ପୁରୀ ବେଳାଭୂମିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଦିଗବାରେଣି ଛକ ଠାରୁ ଷ୍ଟ୍ରଲିଙ୍ଗ ମୁହାଣ ବେଳାଭୂମି ଏବଂ ନିଳାଦ୍ରୀ ବିଚ୍ ରୁ ପେଣ୍ଠକଟା ବିଚ୍ ରେ ସାଧାରଣ ଲୋକେ ନୌସେନାର ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନା ର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯିବ। ଓଡ଼ିଶାର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପୁରୀ ଗସ୍ତ ଏବଂ ନୌସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିବା ପାଇଁ ଏବେ ପୁରୀ ସହରବାସୀ ଏବଂ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୪ ତାରିଖ ପୂର୍ବାହ୍ନରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଯାଇ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନ ଯାଇ ବିଶ୍ରାମ ନେବେ। ଏହାପରେ ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚ୍ କୁ ଯାଇ ନୌସେନା ଦିବସ ଅବସରରେ ନୌସେନା ପକ୍ଷରୁ ପ୍ରଦର୍ଶନ ହେବାକୁ ଥିବା ବିଭିନ୍ନ ଯୁଦ୍ଧ କୌଶଳ ଏବଂ ଏୟାର ସୋ କୁ ଦେଖିବେ। ତେବେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ଉକ୍ତଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ଅନୁଯାୟୀ ନୀତି କାନ୍ତି ଅନୁଷ୍ଠିତ ହେବ। ସେହିପରି ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ଥିବାରୁ ପୁରୀ ରାଜଭବନକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରାଯାଇଛି।

ପୁରୀ ସମୁଦ୍ର ଉପକୂଳରେ ନୌସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥିବାରୁ ମତ୍ସ୍ୟଜୀବି ମାନଙ୍କ ପାଇଁ କଟକଣା ଜାରୀ କରାଯାଇଛି। ନୌବାହିନୀ ର ଯୁଦ୍ଧ ଜାହାଜ ଯେଉଁ ସ୍ଥାନରେ ରହିବେ ସେହି ଅଞ୍ଚଳକୁ ଡଙ୍ଗା ଏବଂ ଟ୍ରଲର ଯାତାୟାତକୁ ନିଷିଦ୍ଧ କରାଯାଇଛି। ତେବେ ଡିସେମ୍ବର ୪ ତାରିଖ ଆଉ ମାତ୍ର ଅଳ୍ପଦିନ ଥିବାବେଳେ ଭାରତୀୟ ନୌସେନା ର ସ୍ବତନ୍ତ୍ର ପ୍ରଦର୍ଶନୀ କୁ ଦେଖିବା ପାଇଁ ଏବେ ସମସ୍ତେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଆଗାମୀ ଡ଼ିସେମ୍ବର ୪ତାରିଖ ହେଉଛି ନୌସେନା ଦିବସ। ଏହା ଆମ ପାଈଁ ଗର୍ବ ଗୌରବ ର ଦିନ। ଆମ ପାଈଁ ସୌଭାଗ୍ୟ ର ବିଷୟ ଏହା ପ୍ରଥମ ଥର ପାଇଁ ଓଡ଼ିଶା ରେ ଏବଂ ପୁରୀ ରେ ଅନୁଷ୍ଠିତ ହେଉଛି। ଏହି ଦିନ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ ଦ୍ଵାରା ଯୁଦ୍ଧ ର କଳା କୌଶଳ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମ ରେ ମହାମହିମ ରାଷ୍ଟ୍ରପତି ଯୋଗ ଦେବେ। ଏ ନେଇ ପ୍ରସ୍ତୁତି ଜୋର୍ ସୋର୍ ରେ ଚାଲିଛି। ଏହି କାର୍ଯ୍ୟକ୍ରମ ଦେଖିବା ପାଈଁ ବହୁ ସଂଖ୍ୟା ରେ ଲୋକ ମାନେ ଆସିବେ। ଲୋକ ଙ୍କ ସୁବିଧା ପାଈଁ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଚାଲିଛି। ତେବେ ଏହି ନାଭାଲ ସୋ ପୁରୀ ବିଚ୍ ର ଦିଗ ବାରେଣି ଛକ ରୁ ଷ୍ଟଲିଙ୍ଗ ବେଳାଭୂମି ଏବଂ ନୀଳାଦ୍ରି ବିଚ୍ ରୁ ପେଣ୍ଠକଟା ବିଚ୍ ଯାଏ ଯାଏ ସ୍ପଷ୍ଟ ଦେଖାଦେବ । ଏଣୁ ଲୋକ ମାନେ ଗୋଟିଏ ସ୍ଥାନ ରେ ଭିଡ ନ କରି ବିସ୍ତୀର୍ଣ୍ଣ ବେଳାଭୂମି ରେ ବିଭିନ୍ନ ସ୍ଥାନ ରେ ରହି ଏହି ନାଭାଲ ସୋ ଦେଖି ପାରିବେ। ବେଳାଭୂମି ରେ ଲୋକ ଙ୍କ ସୁବିଧା ପାଇଁ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଛି। ସେହି ଦିନ ପୋଲିସ ପକ୍ଷରୁ ଯାହା ନିର୍ଦେଶ ରହିବ ଲୋକ ମାନେ ମାନିବା ଉଚିତ୍। ତେବେ ଡିସେମ୍ବର ୪ ତାରିଖ ନାଭାଲ ସୋ ଦିନ ଟ୍ରାଫିକ କଟକଣା ହେବ। ଏହା ପୂର୍ବରୁ ପୋଲିସ ପକ୍ଷରୁ ଏହି ସୂଚନା ଜାରି କରାଯିବ। ତେବେ ଏୟାର ସୋ ଥିବାରୁ ଲୋକ ମାନେ ଛାତ ଉପରେ କୌଣସି ଖାଦ୍ୟ ପଦାର୍ଥ ରଖି ପକ୍ଷୀ ଙ୍କୁ ଖାଦ୍ୟ ଦିଅନ୍ତୁ ନାହିଁ। ଏହା ଦ୍ବାରା ଏୟାର ସୋ ରେ ବ୍ୟାଘାତ ହେବାର ଆଶଙ୍କା ରହିଛି। ଆସନ୍ତା ଡ଼ିସେମ୍ବର ୫ ତାରିଖ ଯାଏ ଏ ନେଇ କଟକଣା ଥିବା ବେଳେ ଲୋକ ଙ୍କୁ ସଚେତନ କରାଯାଉଛି। ତେବେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁ ଙ୍କୁ ଦର୍ଶନ କରିବା କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ମନ୍ଦିର ରେ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାଷ୍ଟ୍ରପତି ପ୍ରଥମେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପରେ ଗୋପୋବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହିରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ପରେ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସ ଉତ୍ସବ ରେ ଯୋଗ ଦେବେ।

ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମହାମହିମ ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ଶ୍ରୀ ମନ୍ଦିର ରେ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ହେବ। ଏ ନେଇ ଛତିଶା ନିଯୋଗ ବୈଠକ ରେ ସ୍ଥିର ହେବ। ଆମ ଓଡ଼ିଶା ର ଗର୍ବ ଗୌରବ ହେଉଛନ୍ତି ମହାମହିମ ରାଷ୍ଟ୍ରପତି। ମହାପ୍ରଭୁ ଙ୍କ ଦର୍ଶନ ପାଇଁ ସବୁ ନୀତି କାନ୍ତି ସଠିକ୍ ସମୟ ରେ ହେବ। ଶ୍ରୀ ମନ୍ଦିର ଗର୍ଭ ଗୃହ ରେ ରାଷ୍ଟ୍ରପତି ମହାପ୍ରଭୁ ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବେ। ତେବେ ଓଡ଼ିଶା ରେ ଏବଂ ପୁରୀ ରେ ପ୍ରଥମ ଥର ପାଈଁ ନାଭାଲ ଡେ ପାଳନ ହେଉଥିବାରୁ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତେ ଉତ୍କଣ୍ଠା ଓ ଉତ୍ସାହିତ ଅଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *