ଯୁବକ ଙ୍କୁ ହତ୍ୟାକରି ମାଟି ଭିତରେ ପୋତି ଦେଇଥିବା ଘଟଣାରେ ୩ ଗିରଫ
ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଳେ ସୋନପୁର ଏସଡିପିଓ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନିକଟସ୍ଥ ଗୁଲାପଡା ଏକ ଜୋର ନିକଟରେ ହତ୍ୟାକରି ମାଟି ଭିତରେ ଦୀର୍ଘ ୧୧ ଦିନ ଧରି ପୋତି ଦେଇଥିଲେ ଶବ l ମାଟି ଖୋଲି ଶବ କୁ ବିନିକା ପୁଲିସ ଜବତ କରିଥିବା ଘଟଣା ଗତ ୨୯ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି । ଏହି ଘଟଣା ରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ବିନିକା କୋର୍ଟ କୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଳେ ଗୁଲାପଡା ର ମଣ୍ଟୁ ଓରଫ୍ ଅଜିତ ସେବକ(୩୩), ରେଙ୍ଗଟ ଓରାଫ୍ ଶେଖର ପଧାନ (୨୪)ଓ ତପନ ପଧାନ (୨୬) । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ସୂଚନା ଅନୁସାରେ ଚଳିତ ମାସ ଗତ ୧୮ ତାରିଖ ଦିନ ଗୁଲାପଡା ର ପ୍ରକାଶ ମାହାନ୍ତି ଘରୁ କାମ କରିବାକୁ ଯାଉଛି କହି ଆଉ ଫେରି ନ ଥିଲେ ।ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।ପରେ ୨୩ ତାରିଖ ଦିନ ତାଙ୍କର ପତ୍ନୀ ବନିତା ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ନିଖୋଜ ମାମଲା ୠଜୁକରି ଘଟଣା ର ତଦନ୍ତ ଜାରି ରଖିଥିଲା । ହେଲେ ଗତ ଶନିବାର ମୃତକ ପ୍ରକାଶ ଙ୍କ ପତ୍ନୀ ବନିତା କୌଣସି ସୂତ୍ରରୁ ଖବର ପାଇ ପୁଣି ବିନିକା ଥାନା କୁ ଆସି ମୋ ସ୍ୱାମୀ ଙ୍କୁ ହତ୍ୟା କରାଯାଇଛି କହି ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାର ରେ ପୁଲିସ ତଦନ୍ତ କରିଥିଲା । ଗତ ୨୮ ତାରିଖ ଦିନ ଗୁଲାପଡା ନିକଟସ୍ଥ କୁଲେର ଜୋର ନିକଟ ବିଲରୁ ପ୍ରକାଶ ଙ୍କ ମୃତଦେହ କୁ ପୁଲିସ ଜବତ କରିଥିଲା । ଏହି ଘଟଣା ରେ ସମ୍ପୃକ୍ତ ଥିବା ଉକ୍ତ ୩ ଜଣ ଅଭିଯୁକ୍ତ କୁ ପୁଲିସ ଗିରଫ କରିବା ସହିତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ୨୯ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ ରେ ସୋନପୁର ଏସଡିପିଓ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ସେହିଦିନ ସେମାନେ ଏକାଠି ରାତିରେ ଭୋଜି କରିବା ସହିତ ତାଙ୍କ ଭିତରେ ଝଗଡା ସୃଷ୍ଟି ହୋଇଥିଲା । ଝଗଡା ଉଗ୍ର ରୂପନେଇ ଏକ ହାତୁଡ଼ି ରେ ପ୍ରକାଶ କୁ ଅଭିଯୁକ୍ତ ମାନେ ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ଏକ ଟ୍ରାକ୍ଟର ରେ ମାଟି ଆଣି ତାଙ୍କୁ ପୋତି ଦେଇଥିଲେ । ହତ୍ୟା ରେ ବ୍ୟବହୃତ କରିଥିବା ହାତୁଡ଼ି କୁ ପୁଲିସ ଜବତ କରିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହୃତ ଟ୍ରାକ୍ଟର କୁ ଜବତ କରାଯାଇନାହିଁ |କେଉଁ କାରଣ ରୁ ଝଗଡା ହେଲେ ଆଉ ଏତେ ଉଗ୍ର ରୂପ ନେଲା ଯେ ହତ୍ୟା ଭଳି ଜଘନ୍ୟ କାଣ୍ଡ କଲେ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ଏହି ହତ୍ୟା ପଛରେ ଆହରୁ କିଛି ଅନ୍ୟ ରହସ୍ୟ ରହିଛି ବୋଲି ଲୋକ ଲୋଚନ ରେ ଆଲୋଚନା ହେଉଛି | ଏହି ସାମ୍ବାଦିକ ସମ୍ମିଳନୀ ରେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଓ ଏହି କେଶ ର ତଦନ୍ତ ଅଧିକାରୀ ଏସଆଇ ପ୍ରସନ୍ନଜିତ ବେହେରା ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
