ଯୁବତୀଙ୍କ ଗଲିତ ଶବ ଉଦ୍ଧାର ଘଟଣା…

ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକ’: ଏସପି ବିନୋଦ ପଟିଲ
ଗିରଫ ଅଭିଯୁକ୍ତ ଉମେଶ ନାଗଙ୍କୁ କୋର୍ଟ ଚାଲାଣ
ଏକ ସପ୍ତାହ ତଳେ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ନେଇ ଅଭିଯୁକ୍ତ ଉମେଶ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ ।
ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକ ବୋଲି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପଟିଲଙ୍କ ଦ୍ଵାରା ରବିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେବା ସହ ଏକ ସପ୍ତାହ ତଳେ ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତର ରେଙ୍ଗାବନ୍ଧ ଗ୍ରାମ ସ୍ଥିତ ସୁନାଟାଙ୍ଗ ଜଙ୍ଗଲ ନିକଟରେ ଯୁବତୀଙ୍କ ମୃତ୍ୟୁ ଘଟଣା ନେଇ ସେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥିଲେ।
ସମ୍ମିଳନୀରେ ପ୍ରାପ୍ତ ସୂଚନା ମୁତାବକ ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ସିନ୍ଧିଗଡ଼ ଥାନା ଅନ୍ତର୍ଗତ ପାଣ୍ଡୁମ ଗାଁର ୨୦ ବର୍ଷୀୟ ସୁକୁମା କଲେଜର ଛାତ୍ର ଉମେଶ ନାଗ ନାମକ ଏକ ଯୁବକଙ୍କ ସହ ସୁକୁମା ଥାନା ମୂର୍ତଣ୍ଡା ଗାଁର ସ୍ୱର୍ଗତ ପଦିଆ ନାଗଙ୍କ ୨୫ ବର୍ଷୀୟା ଝିଅ ମଙ୍ଗଳ ଦେଇ ନାମକ ଏକ ଯୁବତୀଙ୍କ ଏକ ବର୍ଷ ତଳେ ନିବିଡ଼ ପ୍ରେମ ସମ୍ପର୍କ ଗଢିଉଠିଥିଲା ଯାହା କି ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କରେ ଯୁବତୀ ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ପ୍ରେମିକ ଯୁବକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରି ଗର୍ଭ ନଷ୍ଟ କରିବା ପାଇଁ ପ୍ରେମିକାଙ୍କୁ କହିବା ସହ ଡାକ୍ତରଙ୍କୁ ମଧ୍ୟ ଗର୍ଭନଷ୍ଟ କରିବାକୁ ପ୍ରାର୍ଥନା କରିଥିଲେ । କିନ୍ତୁ,ଗର୍ଭନଷ୍ଟ କରିବାକୁ ପ୍ରେମିକା ଓ ଡାକ୍ତର ମନା କରିଥିବା ବେଳେ ପ୍ରେମିକା ବାହା ହେବା ପାଇଁ ବାଧ୍ୟ କରିଥିଲେ ତାଙ୍କ ପ୍ରେମିକକୁ । କିନ୍ତୁ,ପରିଶେଷରେ ନିରାଶ ଅବସ୍ଥାରେ ପ୍ରେମିକ ଜଣକ ଗର୍ଭବତୀ ଥିବା ତାର ପ୍ରେମିକାଙ୍କୁ ଧରି ମାଲକାନଗିରି ସୀମାନ୍ତ ଚାଲାଣଗୁଡା ପଞ୍ଚାୟତ ରେଗାବନ୍ଧ ଗାଁ ପାଖରେ ଥିବା ସୁନାଟାଙ୍ଗ ଜଙ୍ଗଲ ଭିତରକୁ ନେଇ ସେଠାରେ ଏକ ପଥରରେ ଛେଚି ଛେଚି ଯୁବତୀକୁ ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ହେଲେ ଚଳିତ ମାସ ୧୨ ତାରିଖରେ (ସପ୍ତାହ ତଳର )ଉକ୍ତ ଘଟଣାଟି ସ୍ଥାନୀୟ ଲୋକେ ଜଙ୍ଗଲରେ ଏକ ଯୁବତୀଙ୍କ ଗଳିତ ଶବ ଦେଖି ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ପଚିଯାଇଥିବା ଶରୀରକୁ ଦେଖି ଘଟଣା ସ୍ଥଳରୁ କିଛି ପୋଷାକ, ଚପଲ ଜବତ କରିଥିଲେ । ଉକ୍ତ ଘଟଣାରେ ମାଲକାନଗିରି ପୋଲିସ ୨୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ସୀମାନ୍ତ ଛତିଶଗଡ଼ ପଡୋଶୀ ସୁକୁମା ଜିଲ୍ଲା ରେ ଜଣେ ଯୁବତୀ ନିଖୋଜ ସମ୍ପର୍କରେ ଏତଲାକୁ ଭିତ୍ତି କରି ଉକ୍ତ ଘଟଣାର ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ତତ୍ୱାବଧାନରେ ଏସଆଇ କୃତିବାସ ବେହେରାଙ୍କ ସହ ଏକ ସ୍ବତନ୍ତ୍ର ଦଳ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସଡିପିଓ ସଚିନ ପାଟିଲ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ