ଯୁବତୀ ଅପହରଣ ମାମଲା : ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ l

ସୁବର୍ଣ୍ଣପୁର —-ଯୁବତୀକୁ ଅପହରଣ ମାମଲାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି l ସୂଚନା ଅନୁସାରେ ଗତ ୪ ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଜଣେ ଯୁବତୀକୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା l ୩ଦିନ ବିତି ଯାଇଥିଲେ ମଧ୍ୟ ଅପହରଣକାରୀକୁ ପୋଲିସ୍ ନ ଧରିବାରୁ ଗତକାଲି ରାତିରେ ଶତାଧିକ ଗ୍ରାମବାସୀ ଥାନା କୁ ଘେରାଓ କରିଥିଲେ l
ଯୁବତୀକୁ ଅପହରଣ ମାମଲାର ସମାଧାନ ପାଇଁ ଗ୍ରାମବାସୀ ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ l
ତେବେ ଗ୍ରାମବାସୀ ଧାରଣାରେ ବସିବା ପରେ ପୋଲିସ୍ ଉକ୍ତ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା ଏବଂ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଯୁବତୀ ଜଣକ ଯୁବକଙ୍କ ସହିତ ବିବାହ କରି ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଥିବାବେଳେ,ରାତି ପ୍ରାୟ ୧୨.୧୫ ମିନିଟ୍ ସମୟରେ ଉଭୟ ଯୁବକ, ଯୁବତୀ ନିଜ ଗ୍ରାମକୁ ଯାଇଥିବା ,ଆଜି ସକାଳ ୯.୩୦ ମିନିଟ୍ ସମୟରେ ପୋଲିସ୍ ସୂତ୍ରରୁ ସୂଚନା ମିଳିଛି l ତେବେ ଏନେଇ ଥାନାରେ ଏମ ଏମ ଆର୍ ନମ୍ୱର୍ ୨୪/୨୪ ରେ ଏକ ମାମଲା ରୁଜୁ ହୋଇଥିଲା ଘଟଣା ଟି ଅଂଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର