December 12, 2024
Home » ଯୁବଶକ୍ତି ସଶକ୍ତ ଓ ସମର୍ଥ ହେଲେ ଦେଶ ଆଗକୁ ବଢିବ।୨)ଦେଶ ବିକାଶର ମୂଳାଧାର ହେଉଛି ଯୁବଶକ୍ତି

ଯୁବଶକ୍ତି ସଶକ୍ତ ଓ ସମର୍ଥ ହେଲେ ଦେଶ ଆଗକୁ ବଢିବ।୨)ଦେଶ ବିକାଶର ମୂଳାଧାର ହେଉଛି ଯୁବଶକ୍ତି

0

।୧)ପ୍ରତିଯୋଗିତା ପ୍ରତିଭାଗୀମାନଙ୍କର ପ୍ରତିଭା ଓ ବ୍ୟକ୍ତିତ୍ଵର ବିକାଶ କରେ।୩) ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲା ଯୁବ ଉତ୍ସବ ଅନୁଷ୍ଠିତ।୪) ଲକ୍ଷ୍ୟ ହାସଲ ପାଇଁ ଯୁବଶକ୍ତି ବଡ଼ ସ୍ୱପ୍ନ ଦେଖୁ , ସ୍ୱପ୍ନ ସାକାର ପାଇଁ ସାଧନା କରୁ।

ପୁରୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର ପୁରୀ ତରଫରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଡିଟୋରିୟମରେ ଆଜି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଯୁବ ଉତ୍ସବକୁ ଉଦଘାଟନ କରି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଜିଭିଏସ୍ ଦତ୍ତାତ୍ରେୟ ମୂର୍ତ୍ତି କହିଥିଲେ ଯେ ଯୁବଶକ୍ତି ହେଉଛନ୍ତି ଗୋଟିଏ ଜାତିର ମୂଳାଧାର। ସେମାନଙ୍କୁ ସଶକ୍ତ ଓ ସମର୍ଥ କଲେ ଦେଶ ଆଗକୁ ବଢିବ। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା କହିଲେ ଯେ ଯୁବଶକ୍ତି ବଡ଼ ସ୍ୱପ୍ନ ଦେଖି ଲକ୍ଷ୍ୟ ପୂରଣ ପାଇଁ କଠୋର ପରିଶ୍ରମ କଲେ ସେମାନେ ନିଶ୍ଚୟ ସଫଳତା ର ଶୀର୍ଷ ଆରୋହଣ କରିବେ।


ପ୍ରଫେସର ଡକ୍ଟର ପୂର୍ଣଚନ୍ଦ୍ର ପାଢ଼ୀ କହିଥିଲେ ଯେ ପ୍ରତିଯୋଗିତା ରେ ପ୍ରଣିଭାଗୀମାନଙ୍କର ପ୍ରତିଭା ର ବିକାଶ ହେବା ସହିତ ବ୍ୟକ୍ତିତ୍ଵ ନିର୍ମାଣ ହୋଇଥାଏ। ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଡକ୍ଟର ଅଶୋକ କୁମାର ବେହେରା ପଞ୍ଚ ପ୍ରାଣ ଆଧାରିତ ପ୍ରତିଯୋଗିତା ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ। ବିକଶିତ ଭାରତ, ଉପନିବେଶବାଦ ଚିନ୍ତାଧାରାର ବିଲୋପ, ଜାତୀୟ ଏକତା ଓ ଅଖଣ୍ଡତା, ଐତିହ୍ୟ ଓ ପରମ୍ପରା ଉପରେ ଗୁରୁତ୍ବ, ନାଗରିକ ସମାଜର ଦାୟିତ୍ଵ ବୋଧ ଆଦି ପଞ୍ଚ ପ୍ରାଣ ଉପରେ ପର୍ଯ୍ୟବେସିତ ବିଭିନ୍ନ ପ୍ରତିଯୋଗିତା ୧୫ ବର୍ଷ ବୟସରୁ ୨୯ ବର୍ଷ ବୟସ ର ଯୁବକ ଯୁବତୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପ୍ରତିଯୋଗୀମାନେ ବକ୍ତୃତା, ଚିତ୍ରକଳା, କବିତା ଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଜ୍ଞାନ ପ୍ରଦର୍ଶନ ଆଦି ବିଷୟରେ ଭାଗ ନେଇଥିଲେ। ସନ୍ଧ୍ୟାରେ ଉଦଯାପନୀ ସମାରୋହରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଶତୃଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ ଭାରତ ସରକାରଙ୍କ ପଞ୍ଚ ପ୍ରାଣ ନୀତି ଆଜିର ଯୁବ ସମାଜକୁ ନୂଆ ଆଶା ଓ ଆଶ୍ୱାସନା ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ କଥାକାର ବଦ୍ରି ମିଶ୍ର, ପ୍ରାଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଏବଂ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ପୁରୀ ର ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଯୁବ ଉତ୍ସବ ର ଆୟୋଜନ କୁ ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ବିଜେତା ଙ୍କୁ ସିଲ୍ ସହିତ ପ୍ରମାଣପତ୍ର ପ୍ରଦାନ କର ଅତିଥିମାନେ ଉତ୍ସାହିତ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଧିବକ୍ତା ଦିଗମ୍ବର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମାଜସେବୀ ଭାସ୍କର ଚନ୍ଦ୍ର ପୂଜାରୀ ମଞ୍ଚାସୀନ ରହିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ମିଶନ ଓଡ଼ିଶାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର। ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ଲୋକନୃତ୍ୟ ପରିବେଷଣ କରି ଉପସ୍ଥିତ ପ୍ରାୟ ପାଞ୍ଚଶହ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।ଏହି ମହୋତ୍ସବ କୁ ପଞ୍ଚୁ ପଲେଇ, ବାସୁଦେବ ସେନାପତି, ରାକେଶ କୁମାର ସେଠୀ, ଜ୍ୟୋତିପ୍ରକାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *