January 31, 2026
Home » ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ମୃତ ଦେହ ଉଦ୍ଧାର – ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି l

ଯୁବ କଂଗ୍ରେସ ନେତା ଙ୍କ ଗୁଳିବିଦ୍ଧ ମୃତ ଦେହ ଉଦ୍ଧାର – ସମ୍ବଲପୁର ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରି l

0
WhatsApp Image 2026-01-21 at 1.19.36 PM

 

ସୁବର୍ଣ୍ଣପୁର :ସୋନପୁର ସହର ର ବଡ଼ବଜାର ଭଗବତୀ ପ୍ଲଟ୍ ନିବାସୀ ତଥା ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି କୋଷାଧ୍ୟକ୍ଷ ରାଜା ମିଶ୍ର ଙ୍କ ଗୁଳିବିଦ୍ଧ ମୃତ ଶରୀର ତାଙ୍କ ଘରୁ ଉଦ୍ଧାର ହୋଇଛି । ସୋନପୁର ର ପୂର୍ବତନ ବିଧାୟକ ବିନୋଦ ପାତ୍ର ଙ୍କ ଅତି ବିଶ୍ଵସ୍ଥ,ଖାସ ସହଯୋଗୀ ତଥା ଜିଲ୍ଲା କଂଗ୍ରେସ ର କୋଷାଧ୍ୟକ୍ଷ ରାଜେଶ ମିଶ୍ର (ରାଜା) ଜଣେ କଂଗ୍ରେସ ର ଶୃଙ୍ଖଳିତ ସଦସ୍ୟ ଟାଣୁଆ ଯୁବ ନେତା ଭାବରେ ସହର ରେ ବେଶ ଭଲଭାବରେ ଜଣାଶୁଣା ଥିଲେ l ଖୁବ୍ ଶାନ୍ତ ମେଳାପି ଓ ସହର ର ପ୍ରିୟ ଭାଜନ ଥିଲେ ସେ l ଏହି ଘଟଣା ବିଳମ୍ବିତ ରାତ୍ରୀ ରେ ପ୍ରାୟ ୧୨ ଟା ରୁ ଗୋଟାଏ ଭିତରେ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଡିଏସପି ରେଣୁକା ସୁନା ପୋଲିସ ଟିମ୍ ସହ ପ୍ରଥମେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ୍ କରୁଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରୁ ନିଜକୁ ମୁଣ୍ଡରେ ୨/୩ ରାଉଣ୍ଡ ଗୁଳି କରିଥିବା ପୋଲିସ ଅନୁମାନ କରୁଛି। ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସୁଧୀର ପଣ୍ଡା, ପ୍ରିୟବ୍ରତ ସାହୁ ଙ୍କ ସହ କଂଗ୍ରେସ ଦଳ ର କର୍ମକର୍ତ୍ତା ତଥା ଜିଲ୍ଲା ବିଜେପି ଓ ବିଜେଡିର ଅନେକ ନେତୃବୃନ୍ଦ, ମାନ୍ୟ ଗଣ୍ୟ ବ୍ୟକ୍ତି ପହଞ୍ଚି ଥିବା ବେଳେ ତାଙ୍କ ବାସଭବନ ଆଗରେ ଲୋକାରଣ୍ୟ ହୋଇପଡିଛି । ସେ ଶୃଙ୍ଖଳିତ ବ୍ୟକ୍ତିତ୍ଵ ର ହୋଇଥିବା ବେଳେ ଏହି ଘଟଣା କୁ ଲୋକେ ସହଜ ରେ ବିଶ୍ୱାସ କରି ପାରୁନାହାଁନ୍ତି । ସମ୍ବଲପୁର ରୁ ଏକ ସ୍ଵତନ୍ତ୍ର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୂର୍ବାହ୍ନ ୧୧ ଟାରୁ ଏ ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ବିଷୟ ସୁବର୍ଣ୍ଣପୁର ଡିଏସପି ରେଣୁକା ସୁନା ସୂଚନା ଦେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *