July 2, 2025
Home » ଯୋଗାଣ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା ବାରିଦେଖି ଆସୁଛନ୍ତି ଏମ୍.ଆଈ ମ୍ୟାଡ଼ାମ

ଯୋଗାଣ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା ବାରିଦେଖି ଆସୁଛନ୍ତି ଏମ୍.ଆଈ ମ୍ୟାଡ଼ାମ

0
WhatsApp Image 2025-05-08 at 7.43.08 PM

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଯୋଗାଣ ବିଭାଗ ଅଧିକାରିଣୀ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଛି | ପୂର୍ବରୁ ଥିବା ଅଧିକାରୀ ବାବୁଲାଲ ବାରିକ ଦୁଇଟି ବ୍ଲକ ଦାୟିତ୍ୱରେ ଥିବା ସତ୍ୱେ ମଧ୍ୟ ସବୁ ସମୟରେ କାର୍ଯ୍ୟାଳୟ ଖୋଲା ରହିବା ସହିତ ସାଧାରଣ ଲୋକଙ୍କ କାର୍ଯ୍ୟ ଠିକ ସମୟରେ ହୋଇପାରୁଥିଲା । କିନ୍ତୁ ବାରିକ ବାବୁଙ୍କର ବଦଳି ହେବା ପରେ ତାଙ୍କ ସ୍ଥାନରେ ଆସିଥିଲେ ଅଧିକାରିଣୀ ସ୍ୱୟଂପ୍ରଭା ସ୍ଵାଇଁ ଯିଏକି ୬ ମାସ ରୁ ଉର୍ଦ୍ଧ ହେବ କାର୍ଯ୍ୟଭାର ଗ୍ରହଣ କଲେଣି | କିନ୍ତୁ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ଏ ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବିଡ଼ିଓ ଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି।

ଏଥି ସହିତ ଡିଲର ମାନଙ୍କ ପାଖରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିବା ନେଇ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି କିଛି ଡିଲର | ଅନ୍ୟ ପକ୍ଷରେ ଏମ୍. ଆଈ ମାଡାମ ବାରି ଦେଖି କାର୍ଯ୍ୟାଳୟ କୁ ଆସୁଛନ୍ତି, ପୁଣି ତାଙ୍କ ସୁବିଧା ଅନୁଯାଇ କାର୍ଯ୍ୟାଳୟରେ ରହୁଛନ୍ତି | ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏମିତିକି ଗରିବ ବୃଦ୍ଧ ବୃଦ୍ଧା ମାନେ ପ୍ରଚଣ୍ଡ ଖରାରେ ବାରମ୍ବାର କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି | ଉପରିସ୍ଥ ଅଧିକାରୀ ଏବିଷୟରେ ଦୃଷ୍ଟି ଦେବା ସହିତ ତୁରନ୍ତ ଏହାର ତଦନ୍ତ କରିବା ସହିତ ସ୍ଥାୟୀ ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି |

ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *