June 13, 2025
Home » ଯୋଡ଼ା ଗ୍ରାମ୍ୟ ବ୍ୟାଙ୍କ ରେ ଡକାୟତି

ଯୋଡ଼ା ଗ୍ରାମ୍ୟ ବ୍ୟାଙ୍କ ରେ ଡକାୟତି

0
WhatsApp Image 2025-06-12 at 5.16.46 PM (1)

ଯୋଡ଼ା ଗ୍ରାମ୍ୟ ବ୍ୟାଙ୍କ ରେ ସଶସ୍ତ୍ର ଡକାୟତି ।କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠାରେ ସକାଳୁ ସକାଳୁ ଖୋଲିବା ମାତ୍ରେ ଡକାୟତି ହୋଇଥିବା ର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ୫ ଦୁର୍ବୁତ ମୁହଁରେ କପଡା ଘୋଡେଇ ବାଇକ ରେ ଆସିଥିବା ଜଣା ପଡ଼ିଛି।

ଦୁର୍ବୁତ ମାନେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ୧୧ ଲକ୍ଷ ରୁ ଅଧିକ ପଇସା ଏବଂ ସୁନା ଲୁଟି ଫେରାର ହୋଇଛନ୍ତି। ସୂଚନା ମିଳିବା ପରେ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ରେ ପହଞ୍ଚି ପଚରା ଉଚରା କରିବାର ଖବର ମିଳିଛି।

ଏହି ଡକାୟତି ଯୋଗୁଁ ଲୋକଙ୍କ ମନରେ ଡର ର ଆଶଙ୍କା ସୃଷ୍ଟି କରିଛି। ତେବେ ଦୁର୍ବୁତ ମାନେ କେଉଁଠୁ ଆସିଥିଲେ ଏବଂ କେଉଁ ଆଡକୁ ଗଲେ କିଛି ସ୍ପଷ୍ଟ ହୋଇନାହିଁ। ପୋଲିସ ସହର ରେ ନାକା କରି ସମସ୍ତ ଗାଡି କୁ ତଲାସୀ କରୁଛି । ବଡ଼ବିଲ ପୋଲିସ , ବଲାଣି ପୋଲିସ, ରୁଗୁଡ଼ି ପୋଲିସ, ବାମେଵାରୀ ପୋଲିସ ମଧ୍ୟ ନାକା କରି ତଲାସୀ କରୁଥିବାର ଜଣା ପଡ଼ିଛି ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ

Leave a Reply

Your email address will not be published. Required fields are marked *