July 1, 2025
Home » ରକ୍ତଦାନ ଶିବିର ଆୟୋଜନ କରି ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ପାଳନ କଲା। ଆଜାଦ ହିନ୍ଦ ବିକାଶ ସଂଘ

ରକ୍ତଦାନ ଶିବିର ଆୟୋଜନ କରି ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ପାଳନ କଲା। ଆଜାଦ ହିନ୍ଦ ବିକାଶ ସଂଘ

0
vlcsnap-2025-01-28-15h42m44s164

ଫାଷ୍ଟଗେଟ ବାଲିଢ଼ିପୋ ପରିସରରେ ନେତାଜୀ ସୁଭାଷ ବୋଷ ଙ୍କ ୧୨୮ ତମ ଜୟନ୍ତୀଙ୍କୁ ବେଶ ଧୁମଧାମରେ ପାଳନ କରିଛି ସଂଘ।ରକ୍ତ ଅଭାବରୁ ଯେଭଳି ନିରୀହ ଜୀବନ ନଷ୍ଟ ନ ହେଉ ସେଥିପାଇଁ ଦୀର୍ଘ ୧୮ବର୍ଷ ଧରି ଏଭଳି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରୁଛି ଆଜାଦ ହିନ୍ଦ ବିକାଶ ସଂଘ।ସଂଘ ସଭାପତି ନିଳାଞ୍ଚଳ ବିଶୋଇଙ୍କ ତତ୍ୱବାଧାନରେ ଆୟୋଜିତ ରକ୍ତଦାଵ ଶିବିରକୁ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶିବିରର ଶୁଭାରମ୍ଭ କରିବା ସହିତ ବହୁ ଯୁବପିଡ଼ି ଆଗ୍ରହର ସହିତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଯୋଗୁଁ ସଙ୍ଘ କର୍ମକର୍ତ୍ତା ଙ୍କୁ ଉଦ୍ୟମ କୁ ପ୍ରଶଂସା କରିଥିଲେ।ସଂମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦେଳେଇ, ପୂର୍ବତନ କାଜୁ ନିଗମ ଅଧକ୍ଷ ସୁବାଷ ଚନ୍ଦ୍ର ମୋହରଣା, ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ବିଜେଡି ଯୁବ ନେତା ଭବାନୀ ସାହୁ ଙ୍କ ସମେତ ମହାନଗର ନିଗମର ବହୁ କର୍ପୋରେଟର ଯୋଗଦାନ କରିଥିଲେ।ଶିବିରରେ ଦୀର୍ଘ ୫ବର୍ଷ ଧରି ରକ୍ତଦାନ କରୁଥିବା ଦିବ୍ୟଙ୍ଗ ଜଣଙ୍କୁ ଅତିଥିମାନେ ଉତ୍ସହିତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବାବୁଲା ପ୍ରଧାନ, ଗଣେଷ ସାହୁ, ଚିଣ୍ଟୁ ବିଶୋଇ, ଜଗନ୍ନାଥ ପ୍ରଧାନ, ଅନୀଲ ମହାନ୍ତି, ସୁଧାକର ସାହୁ ଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *