April 11, 2026
Home »  ରକ୍ତଦାନ ଶିବିର ଓ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

 ରକ୍ତଦାନ ଶିବିର ଓ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-04-11 at 11.47.40 AM

 

ସମ୍ବଲପୁର : ସମ୍ବଲପୁର ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନର ଯୁବ ରେଡକ୍ରସ ଆନୁକୂଲ୍ୟରେ ଓଡିଆ ପକ୍ଷ ପାଳନ ଅବସରରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଗରୁଡଧ୍ୱଜ ବାରିକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ପ୍ରଫେସର କ୍ଷୀତିଶ ଚନ୍ଦ୍ର ପାତ୍ର, ଡକ୍ଟର ମଞ୍ଜୁଶ୍ରୀ ବାଗଙ୍କ ନେତୃତ୍ୱରେ ଏବଂ ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମର ସମନ୍ୱୟକାରୀ (ସଂଯୋଜିକା) ସହକାରୀ ପ୍ରଫେସର ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁଙ୍କ ତତ୍ତ୍ୱାବଧାନରେ ସମ୍ବଲପୁର ଜିଲ୍ଲା ସଦରମହକୁମା ଚିକିତ୍ସାଳୟର ରକ୍ତଭଣ୍ଡାର ଦ୍ବାରା ପ୍ରତିଷ୍ଠାନର ବିଇଡି, ଏମ୍‌ଇଡି ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ଠାରୁ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏଥିରେ ପାର୍ବତୀ ଗିରି ସ୍ନାତକ ମହାବିଦ୍ୟାଳୟ, ମହୁଲ ପାଲି, ଯୁଯୁମୁରାର ଛାତ୍ର ଛାତ୍ରୀ ତଥା କର୍ମଚାରୀ ମଧ୍ୟ ଯୋଗଦାନ ପୂର୍ବକ ରକ୍ତଦାନ କରିଥିଲେ ।

ଏତଦ୍ ବ୍ୟତୀତ ଏଠାରେ ଧନକଉଡା, ସମ୍ବଲପୁର ଚିତ୍ସାଳୟର ଚିକିତ୍ସାଧିକାରୀ ଡାକ୍ତର ଦିଲ୍ଲୀପ ମୁଦୁଲିଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ‌। ପ୍ରତିଷ୍ଠାନର ସହକାରୀ ପ୍ରଫେସର ସୀତା ମହାନ୍ତ, ସରିତା ଆଚାର୍ଯ୍ୟ, ସିପ୍ରା ପ୍ରଧାନ ଏବଂ ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ତଥା ଛାତ୍ର ସଂସଦର ସଭାପତି ଏମଇଡି ଦ୍ୱିତୀୟ ବର୍ଷ ଛାତ୍ର ତୁଷାର ପଶାୟତ ଯୁବ ରେଡ଼କ୍ରସ ସେକ୍ରେଟାରୀ ବିଇଡି ଦ୍ୱିତୀୟ ବର୍ଷ ଛାତ୍ରୀ ପ୍ରିୟଙ୍କା ସାହୁ ଓ ବିଇଡି ପ୍ରଥମ ବର୍ଷ ଛାତ୍ର ଶ୍ରୀତମ ବର୍ଗେ ତଥା ଅନ୍ୟାନ୍ୟ ଛାତ୍ର ଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *