July 1, 2025
Home » ରକ୍ତ ଦାନ ଶିବିର ଆୟୋଜନ ସକାଶେ ଜିଲ୍ଲା ପୋଲିସ କୁ ଓଡ଼ିଶା ବିକାଶ ମେଳା ରେ ସମ୍ବର୍ଦ୍ଧନା l

ରକ୍ତ ଦାନ ଶିବିର ଆୟୋଜନ ସକାଶେ ଜିଲ୍ଲା ପୋଲିସ କୁ ଓଡ଼ିଶା ବିକାଶ ମେଳା ରେ ସମ୍ବର୍ଦ୍ଧନା l

0
WhatsApp Image 2024-09-21 at 8.49.26 AM

 

ସୁବର୍ଣ୍ଣପୁର: ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ରୟାଲ ଫିଲ୍ଡ ରେ ହୋଇଥିବା ଓଡ଼ିଶା ବିକାଶ ମେଳା କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ୍ କୁ ରକ୍ତ ଦାନ ଶିବିର ଅୟୋଜନ କ୍ଷେତ୍ରରେ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସକାଶେ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସମ୍ବର୍ଦ୍ଧିତ କରିଚ୍ଛନ୍ତି । ଜିଲ୍ଲାର ପ୍ରତି ଥାନା ସହିତ ଜିଲ୍ଲା ମୁଖ୍ୟାଳୟ ତଥା କଲେଜ୍ ମାନଙ୍କରେ ରକ୍ତ ଦାନ ଶିବିର ଆୟୋଜନ ଓ ସଚେତନତା ସୃଷ୍ଟି କରିବାରେ ଜିଲ୍ଲା ପୋଲିସ୍ ସବୁବେଳେ ପ୍ରୟାସ କରି ଆସିଛି। ଚଳିତ ବର୍ଷ ସମୁଦାୟ 12 ଗୋଟି ମେଗା ତଥା ବିଶାଳ ରକ୍ତ ଦାନ ଶିବିର ଆୟୋଜନ ରେ 1000 ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ଦାନ କରି ସାରା ଜିଲ୍ଲାରେ ନିଜର ସେବା ଦକ୍ଷତା କୁ ପ୍ରତିପାଦନ କରି ଆସିଅଛି। ବିରଳ ବର୍ଗର ରକ୍ତ ଯୋଗାଇବା ହେଉ ଅଥବା ରୋଗାକ୍ରାନ୍ତ ରୋଗୀକୁ ରକ୍ତ ଦାନ କରି ଜୀବନ ରକ୍ଷା କରି ସୁବର୍ଣ୍ଣପୁର ପୋଲିସ ପ୍ରଶଂସାର ପାତ୍ର ହୋଇ ପାରିଛି। ଗତକାଲି ସୁବର୍ଣ୍ଣପୁର ରେ ଆଯୋଜିତ ସ୍ଵତନ୍ତ୍ର କାର୍ଯକ୍ରମ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ଏ ସମ୍ମାନ ପତ୍ର ତଥା ପୁରସ୍କାର କୁ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ତଥା ଜିଲ୍ଲା ହାବିଲଦାର କନେଷ୍ଟବଳ ଶାଖା ସଂଘ ସଭାପତି ଦିନେଶ ମିଶ୍ର ସ୍ବାସ୍ଥ୍ୟମନ୍ତ୍ରୀ ଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ ଉପସ୍ଥିତ ଥିଲେ ।

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *