August 27, 2025
Home » ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ପାରାଦୀପ ସାମ୍ବାଦିକଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରଜାପିତା ବ୍ରହ୍ମକୁମାରୀ ସ୍ବେଛାସେବୀ

ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ପାରାଦୀପ ସାମ୍ବାଦିକଙ୍କୁ ରାକ୍ଷୀ ବାନ୍ଧିଲେ ପ୍ରଜାପିତା ବ୍ରହ୍ମକୁମାରୀ ସ୍ବେଛାସେବୀ

0
WhatsApp Image 2025-08-09 at 2.36.44 PM

ପାରାଦୀପ – ସମାଜରେ ଶାନ୍ତି,ଶୃଙ୍ଖଳା, ମୈତ୍ରୀ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ପ୍ରଜାପିତା ବ୍ରହ୍ମକୁମାରୀ ଐଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ସ୍ବେଛାସେବୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି l ତେବେ ପ୍ରତ୍ୟକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାମ୍ବାଦିକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କୁ ସମ୍ମାନ ଜଣାଇ ସେମାନଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ବ୍ରହ୍ମକୁମାରୀ ର ଭଉଣୀମାନେ l ଏହି ରକ୍ଷାବନ୍ଧନ ପରିପ୍ରେକ୍ଷୀରେ ପାରାଦୀପର ମଧୁବନ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଐଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନ ରେ ଏକ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ମୂଖ୍ୟ ଭଉଣୀ ସୁମନ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ ଓ ସ୍ୱାଗତ କରାଯାଇ ସେମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା l ଏହି ଅବସରରେ ଭଗ୍ନୀ ସୁମନ ସମାଜର ସୁରକ୍ଷା ନିମନ୍ତେ ସାମ୍ବାଦିକ ମାନଙ୍କ ଭୂମିକା ଓ କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଏଥିରେ ଆୟୋଜିତ ଧାର୍ମିକ ସଭାରେ ଭଉଣୀ ସୁମନ ଙ୍କ ସମେତ ବ୍ରହ୍ମକୁମାରୀ ଅନୁଷ୍ଠାନର ସଦସ୍ୟ ବିବେକାନନ୍ଦ ନାୟକ ଏବଂ ରାଜେଶ ରଞ୍ଜନ ଉପସ୍ଥିତ ରହି ଆତ୍ମାର ସହ ବିଚାର କରି ସମ୍ବାଦ ପରିବେଷଣ କରିବାକୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ସାହିତ କରିଥିଲେ l

paradeep ru prasant das nka report epa news

Leave a Reply

Your email address will not be published. Required fields are marked *