September 21, 2024
Home » ରକ୍ଷାବନ୍ଧନ ପାଇଁ ସହରରେ ଖୋଲିଛି ମାଳମାଳ ରାକ୍ଷୀଦୋକାନ

ରକ୍ଷାବନ୍ଧନ ପାଇଁ ସହରରେ ଖୋଲିଛି ମାଳମାଳ ରାକ୍ଷୀଦୋକାନ

0

ପଟରା ବିଶୋଇ ସେବାୟତ ମହାପ୍ରଭୁଙ୍କ ପାଇଁ ରାକ୍ଷୀପ୍ରସ୍ତୁତିରେ ଲାଗିପଡିଛନ୍ତି l ଆଉ ମାତ୍ର ଗୋଟିଏ ଦିନ ପରେ ରାକ୍ଷୀ ପୁର୍ଣିମା ଅନୁଷ୍ଠିତ ହେବ ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇପଡିଛି, ସେଥିପାଇଁ ସହରର ବିଭିର୍ଣ୍ଣ ସ୍ଥାନରେ ନାନାକିସମର ରାକ୍ଷୀ ଦୋକାନମାନ ଖୋଲିଯାଇଛି l ସେହିପରି ରାକ୍ଷୀପୂର୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତର ନୀତିଅନୁଷ୍ଠିତହେବ ଉକ୍ତଦିନ ଭଉଣୀ ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ବଡଭାଇ ବଳଭଦ୍ର ସାନଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ହାତରେ ଦୁଇଟି ଲେଖାଏଁ ରାକ୍ଷୀ ବାନ୍ଧିବେ l ପଟରା ବିଶୋଇ ସେବାୟତ ଏଥିନିମନ୍ତେ ବସୁଙ୍ଗା ପାଟରେ ସ୍ୱତନ୍ତ୍ର ଶୈଳୀରେ ଚାରିଗୋଟି ରାକ୍ଷୀ ଓ ଚାରିଗୋଟି ଗୁଆମାଳୀ ପ୍ରସ୍ତୁତ କରିଛନ୍ତି, ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ବସୁଙ୍ଗାପlଟ ଯୋଗାଇଦେଇଥାନ୍ତି l ଚିତାଲାଗି ଅମାବାସ୍ୟାର ଦୁଇଦିନ ପରଠାରୁ ଏହି ରାକ୍ଷୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ, ରାକ୍ଷୀପୂର୍ଣିମାଦିନ ସକାଳେ ପଟରା ବିଶୋଇ ସେବାୟତ ପ୍ରସ୍ତୁତହୋଇଥିବା ରାଖୀକୁ ତାଙ୍କ ବସଭାବନରୁ ନେଇ ଶ୍ରୀମନ୍ଦିର ର ଗାରଦଘରେ ଦାଖଲ କରିଥାନ୍ତି l ପଟରା ସେବାୟତ ଏହିସେବାରେ ନିଜକୁ ନିୟଜିତକରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରନ୍ତି l

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *