ରଥପୁର ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ଶିଶୁ ଦିବସ ଓ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ l
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ଆଦର୍ଶ ବିଦ୍ୟାଳୟ, ରଥପୁରରେ ଶୁକ୍ରବାର ଶିଶୁ ଦିବସ ଓ ଫୁଡ୍ ଫେଷ୍ଟିଭାଲ ବିଦ୍ୟାଳୟ ସ୍ତରରେ ସଫଳତାପୂର୍ବକ ଆୟୋଜିତ ହୋଇଲା। ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡ଼ଃ ପ୍ରଫୁଲ୍ଲ ରଥ, ପ୍ରସିଦ୍ଧ ଶିକ୍ଷାବିତ୍ ଓ VMDC Member, ଉପସ୍ଥିତ ହୋଇ ଶିଶୁ ଦିବସର ଗୁରୁତ୍ୱ, ଛାତ୍ରଛାତ୍ରୀଙ୍କ ନୈତିକ ଓ ବୁଦ୍ଧିମତାପୂର୍ଣ୍ଣ ବିକାଶ ବିଷୟରେ ଉଲ୍ଲେଖନୀୟ ମତ ରଖିଥିଲେ। ଅତିଥି ଭାବେ VMDC Member ଇନ୍ଦ୍ରଜିତ ପରୁଆ ଓ ସନ୍ତୋଷିନୀ ନାୟକ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କ ପ୍ରତି ମାର୍ଗଦର୍ଶନାତ୍ମକ ଉଦବୋଧନ ରଖିଥିଲେ।
ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଜଳଦେବ ବେରିହା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ ଭାବରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଶିକ୍ଷକ ହେମନ୍ତ ନାରାୟଣ ସିଂହଦେଓ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସଭାସାଙ୍ଗ କରିଥିଲେ।ଫୁଡ୍ ଫେଷ୍ଟିଭାଲରେ ୩୦ଟି ଷ୍ଟଲ ସଜାଯାଇଥିଲା, ଯେଉଁଥିରେ ନିରାମିଷ ଓ ଆମିଷ ଭୋଜନ ବିଭିନ୍ନ ପ୍ରକାରର ପଦାର୍ଥ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀ ନିଜେ ଷ୍ଟଲ ପରିଚାଳନା କରି ବ୍ୟାବସାୟିକ ମନୋବୃତ୍ତି, ନେତୃତ୍ୱ ଓ ଦଳୀୟ କାର୍ଯ୍ୟଶୈଳୀର ଅଭିଜ୍ଞତା ଅର୍ଜନ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ଓ ବିଦ୍ୟାଳୟର ସାମୁଦାୟିକ ପରିବେଶକୁ ଅଧିକ ସୁସଂସ୍କୃତ କରିଥିବା ମତ ବ୍ୟକ୍ତ ହୋଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
