ରଥଯାତ୍ରା ଶ୍ରଦ୍ଧାଳୁ ଙ୍କୁ ଚାରା, ବିଶୁଦ୍ଧ ଦହିପାଣି ଓ ମୃଦୁ ପାନୀୟ ବଣ୍ଟନ କଲେ ଗ୍ରୀନ ପାରାଦୀପ ଟ୍ରଷ୍ଟ ଓ କାର୍ଯ୍ୟରତ ସାମ୍ବାଦିକ

ପାରାଦୀପ – ପାରାଦୀପ ରେ ରଥଯାତ୍ରା ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନା ସହ ଶୁକ୍ରବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ଆଗନ୍ତୁକ ଭକ୍ତ ମାନଙ୍କ ତୃଷ୍ଣା ନିବାରଣ ପାଇଁ ମାଉସୀ ମା ମନ୍ଦିର ନିକଟସ୍ଥ ଜଳସେବା କେନ୍ଦ୍ରରେ ଗ୍ରୀନ ପାରାଦୀପ ଟ୍ରଷ୍ଟ ର ସଦସ୍ୟ ଓ ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ମାନେ ବିଶୁଦ୍ଧ ଥଣ୍ଡା ଦହି ପାଣି, ମୃଦୁ ପାନୀୟ ଓ ଓଆରଏସ ପାଉଚ ଦେବା ସହ ଚାରା ବଣ୍ଟନ କରିଥିଲେ l ଏହି କେନ୍ଦ୍ର କୁ ଅତିଥି ଭାବେ ଯୋଗଦେଇ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱଳ ଉଦଘାଟନ କରିଥିଲେ l ଏହି ଅବସରରେ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଏବଂ କାର୍ଯ୍ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ସହିତ ଦହିପାଣି ଓ ଚାରା ବଣ୍ଟନ କରିଥିଲେ ଏବଂ ଏଥିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ କୁ ଗ୍ରୀନ ପାରାଦୀପ ଟ୍ରଷ୍ଟ ର ସଭାପତି ରାକେଶ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଟ୍ରଷ୍ଟ ର ସଂଯୋଜକ ସୁଧାଂଶୁ ନାୟକ, ଉପଦେଷ୍ଟା ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଶେଖର ଆଚାର୍ଯ୍ୟ,ରବିନ୍ଦ୍ର ଜେନା,ସଦସ୍ୟ ବିବେକାନନ୍ଦ ରାଉତ, ଆଲୋକ ମହାପାତ୍ର, ପ୍ରଶାନ୍ତ ସ୍ୱାଇଁ, ଦୀପକ ଦାସ, ସନ୍ତୋଷ ଭାରତୀ,ଅଜିତ ଦାସ,ପ୍ରଶାନ୍ତ ରାଉତ, ସୁମନ୍ତ ସ୍ୱାଇଁ, ସୁଦର୍ଶନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ l ତେବେ ହଇଜା ଓ ଡାୟିରିୟା ସଂକ୍ରମାଣ ସମୟରେ ସ୍ୱଚ୍ଛ ପାନୀୟ ଜଳ ଏବଂ ପରିବେଶ ସୁରକ୍ଷା ପାଇଁ ସଂଗଠନ ର ଚାରା ବଣ୍ଟନ ମହତ ଚିନ୍ତାଧାରାକୁ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଉଚ୍ଚ ପ୍ରଶଂସା କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ