ରଥ ନିର୍ମାଣ ଅଗ୍ରଗତି,ତିନିରଥ ର ପାଞ୍ଚଦଣ୍ଡା ଚଉପଟ ପାଇଁ ରଥଖଳାରେ କାଠ ସାଇତା କାର୍ଯ୍ୟ ଶେଷ।

ତିନିରଥ ର ପାଞ୍ଚଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଆଜି ପୂର୍ବାହ୍ନରେ ରଥ ଅମୀନ,ମୁଖ୍ୟ ମହାରଣା ମାନେ ଦଣ୍ଡା ନିର୍ମାଣ ପାଇଁ ଉପଯୋଗୀ କାଠ ଚିହ୍ନଟ ପରେ ଭୋଇ ସର୍ଦ୍ଦାର ଙ୍କ ନେତୃତ୍ବରେ ଭୋଇ ସେବକ ମାନେ ୪୦ ଫୁଟିଆ ଧଉରା ଦଣ୍ଡା କାଠ କୁ ତିନି ରଥ ଖଳା ଠାରେ ସାଇତା କାର୍ଯ୍ୟ ଶେଷ କରିଛନ୍ତି, ଏହି ଦଣ୍ଡା ସାଇତା କାର୍ଯ୍ୟ ତିନି ମୁଖ୍ୟ ମହାରଣାଙ୍କ ତଦାରଖ କ୍ରମେ ସମ୍ପନ୍ନ ହୋଇଛି।
*ଏଥିସହ ରଥ ଚାଳିରେ ଆଗେଇ ଚାଲିଛି ତିନିରଥ ଚାରି ନାହାକା ଏବଂ ଗରଗରା ର ଚଉପଟ କାର୍ଯ୍ୟ । ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଚାରି ନାହାକା ଚଉପଟ କାର୍ଯ୍ୟ ଜାରୀ ରହିଥିବାବେଳେ, ତାଳଧ୍ଵଜ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଏଁ ଗରଗରା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥର ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି।
ରଥ ଖଳା ପାର୍ଶ୍ଵରେ ନିର୍ମିତ ଏକ ସ୍ବତନ୍ତ୍ର ଚାଳି ରେ କରତୀ ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟଳ ଚଉପଟ ପାଇଁ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିରଟ ପୂର୍ବରୁ ଉକ୍ତ ୪୦ ଫୁଟିଆ ପୋଲ ଗୟଳ ଧଉରା କାଠ ର ଉଭୟ ପାର୍ଶ୍ଵକୁ ବାରିଶିରେ ହାଣି ଚିତା ,ବା ସମତଳ କାର୍ଯ୍ୟ ଶେଷ କରି ଆଜି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।ରୂପକାର ସେବକ ମାନେ ତିନିରଥ ର ୧୧ ଟି ଲେଖାଏଁ କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ କରିବା ସକ ଉକ୍ତ ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ସହ ରୂପ ଗୁଡ଼ିକ ରେ ଅଳଙ୍କାର ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଗରଗରା କଣ୍ଟା, ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।