February 21, 2026
Home » ରବିବାର ମା ତାରିଣୀ ପୀଠ ପ୍ରକଳ୍ପ ର ଭୂମିପୂଜନ

ରବିବାର ମା ତାରିଣୀ ପୀଠ ପ୍ରକଳ୍ପ ର ଭୂମିପୂଜନ

0
WhatsApp Image 2025-12-05 at 4.53.09 PM

କେନ୍ଦୁଝର :-ଆସନ୍ତା ରବିବାର ଦିନ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଘଟଗାଁ ମାତାରିଣୀ ପୀଠ ର ଉନ୍ନତିକରଣ ର ଭୁମିପୂଜନ କରିବେ, ଦୁଇଶହପଚାଶ କୋଟି ଟଙ୍କା ବ୍ୟୟ ରେ ଏହି ଉନ୍ନତିପ୍ରକଳ୍ପ ଭୂମିପୂଜନ ଉତ୍ସବ ରେ ସମସ୍ତ ବିଧାୟକ, ସାଂସଦ, ଜନପ୍ରତିନିଧି ଙ୍କ ସହିତ ତିରିଶ ହଜାର ରୁ ଉର୍ଧ୍ଵ ଜନସାଧାରଣ ଉପସ୍ଥିତ ରହିବେ, ଭୂମିପୂଜନ ପରେ ଜିଲ୍ଲାବାସୀ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ ବୋଲି ଭାଜପା ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ସର୍କିଟ ହାଉସ ରେ ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରିଛନ୍ତି, ଏ ଅବସରରେ ବିଜେପି ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ନଗରପାଳ ଶ୍ରୀମତୀ ନିକୁ ସାହୁ, ସାଂସଦ ପ୍ରତିନିଧି ହରିହର ମହାନ୍ତ, ଦିଲୀପ ପଣ୍ଡା, ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ବ୍ରଜକିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ, ଏହି ବିଶାଳ ପ୍ରକଳ୍ପ ଦ୍ୱାରା ମାତାରିଣୀ ପୀଠ ର ସର୍ବାଙ୍ଗୀନ ଉନ୍ନତି ସହିତ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଦର୍ଶନାର୍ଥୀ ଙ୍କ ସମସ୍ତ ସୁବିଧା ସୁଯୋଗ ର ବ୍ୟବସ୍ଥା, ଲାଇଟ ସାଉଣ୍ଡ ମ୍ୟୁଜିକ ର ସମାହାର, ପାନ୍ଥଶାଳା, ଭୋଜନଳୟ, ମ୍ୟୁଜିୟମ, ପରିଭ୍ରମଣର ବ୍ୟବସ୍ଥା ରହିବ, ବୋଲି ଜଣା ଯାଇଛି

Leave a Reply

Your email address will not be published. Required fields are marked *