ରମାଦେବୀ ମହିଳା ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ।

ପାରାଦ୍ୱୀପ-ପାରାଦ୍ୱୀପର ଅଗ୍ରୀମ ମହିଳା ସଙ୍ଗଠନ ରମାଦେବୀ ମହିଳା ସମିତି ଅଧ୍ୟକ୍ଷ ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ସମିତିର ସଭାପତି ପୁଷ୍ପଲତା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମଞ୍ଚ ଅଭିନେତ୍ରୀ ଜୟଶ୍ରୀ ମିଶ୍ର, ସମ୍ମାନିତ ଅତିଥି ଭାବରେ ଯୁବ ସମାଜ ସେବୀ ସରୋଜ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ସ୍ତମ୍ଭକାର ଅକ୍ଷୟ କୁମାର ରାଉତ, ସମ୍ମାନିତ ବକ୍ତା ଭାବରେ ସାମ୍ବାଦିକ ପ୍ରଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ମହିଳା ସମିତି ସମ୍ପାଦିକା ପ୍ରତିମା ବାରିକ,, ଉତ୍କଳ ନାମର ତାପ୍ତଯ୍ୟ ସହିତ ପୁରାଣର ଇତିହାସ ଉତ୍କଳ ତଥା ଓଡ଼ିଶାର ଗଠନ ଓ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୯୩୬ ମସିହା ପର୍ଯ୍ୟନ୍ତ ସଂଗ୍ରାମର ବୀର ଉତ୍କଳ ସନ୍ତାନ ମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା ଅକ୍ଷୟ କୁମାର ରାଉତ, ସେହିପରି ଉତ୍କଳ ସମ୍ମିଳନୀ ଗଠନ ଏବଂ ମଧୁସୂଦନ ଦାସଙ୍କ ବିଜ୍ଞତା ସମ୍ପର୍କରେ ଆଲୋଚନା କରି ଉତ୍କଳ ସମ୍ମିଳନୀ ଓ ଓଡ଼ିଶା ଗଠନର ଅଂଶ ଗ୍ରହଣ କରିଥିବା ଓଡ଼ିଶାର ବରପୁତ୍ର ମାନଙ୍କୁ ସ୍ମରଣ କରି ସେମାନଙ୍କ ପଥ ଅନୁସରଣ କରିବା ପାଇଁ ଅନୁରୋଧ କରିଥିଲେ।ମୁଖ୍ୟ ଅତିଥି ଶ୍ରୀମତୀ ମିଶ୍ର ରମାଦେବୀ ମହିଳା ସମିତିର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ଅବସରରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।କବି ଧରିତ୍ରୀ ସାମଲଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ କବି ନୃସିଂହ ଚରଣ ବାରିକ,ସୁକାନ୍ତ ପରିଡା, ସସ୍ମିତା ମହାନ୍ତି,ସୁମିତ୍ରା ଦଳ ସିଂହ,ଟୁନି ଖୋଜି,ସବିତା ରାଉତ, କଳ୍ପନା ବେହେରା।ମମତା ସାମଲ ଓ ଅନିତା କୁମାରୀ ପ୍ରମୁଖ କବିତା ପାଠ କରିଥିଲେ।
ଧନ୍ୟବାଦ ଅର୍ପଣ କରିଥିଲେ ମହିଳା ସମିତି କୋଷାଧ୍ୟକ୍ଷ ଧରିତ୍ରୀ ସାମଲ।ଏହି ଉତ୍ସବରେ ମହିଳା ସମିତି ସଭ୍ୟଙ୍କ ସହିତ କବି ଲେଖକ ସାମ୍ବାଦିକ ଯୋଗ ଦେଇଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )