July 1, 2025
Home » ରମେଶଙ୍କ ଟୁଇଟ ର ପ୍ରଭାବ,ମାଳତୀ ବୁଡ଼େକଙ୍କ ହେଲା ଭିନ୍ନକ୍ଷମ ଭତ୍ତା

ରମେଶଙ୍କ ଟୁଇଟ ର ପ୍ରଭାବ,ମାଳତୀ ବୁଡ଼େକଙ୍କ ହେଲା ଭିନ୍ନକ୍ଷମ ଭତ୍ତା

0
WhatsApp Image 2024-11-11 at 8.30.44 AM

। ସୁବର୍ଣ୍ଣପୁର — ସରକାର ଲୋକଙ୍କ ହିତ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି l ହେଲେ ସରକାରୀ ଯୋଜନା ଗୁଡିକ ଠିକ୍ ଭାବରେ ହିତାଧିକାରୀଙ୍କ ପାଖକୁ ଉଚିତ୍ ସମୟରେ ପହଞ୍ଚିପାରୁନାହିଁ l ଏହା ପହଞ୍ଚାଇବା ପାଇଁ ସବୁବେଳେ ପ୍ରଚେଷ୍ଟା ଜାରି ରହିଥିବା ବେଳେ କିଛି ଅଧିକାରୀଙ୍କ ଦୂରଦୃଷ୍ଟି ର ଅଭାବ ଯୋଗୁଁ ତାହା ଠିକ୍ ଭାବରେ ପ୍ରକୃତ ହିତାଧିକାରୀ ଙ୍କ ପାଖକୁ ଯାଇପାରୁନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ମାଳତୀ ବୁଡେକ୍ ଙ୍କ ଭିନ୍ନକ୍ଷମ ଭତ୍ତା କ୍ଷେତ୍ରରେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଞ୍ଚାୟତ ବୈଦୁପାଲି ର ମୁରଲୀ ବୁଡେକ ଙ୍କ ଝିଅ ମାଳତୀ ବୁଡ଼େକ l ମାଳତୀ ଶତ ପ୍ରତିଶତ ଭିନ୍ନକ୍ଷମ ଥିବାବେଳେ ତାଙ୍କର ଭିନ୍ନକ୍ଷମ ଭତ୍ତା ହୋଇ ପାରୁନଥିଲା।ନାରୀ ନେତ୍ରୀ ସୋନାଲି ବିଶି ଙ୍କ ପ୍ରଚେଷ୍ଟା ସହ ରମେଶ ଙ୍କ ଟୁଇଟରେ ମାଳତୀ ବୁଡ଼େକ ଙ୍କ ହେଲା ଭିନ୍ନକ୍ଷମ ଭତ୍ତା। ଏହାକୁ ନେଇ ଟୁଇଟର ବୟ ଭାବରେ ପରିଚିତ ରମେଶ ମେହେର ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ଓ ସଚିବ,ସୁବର୍ଣ୍ଣପୁର ଜିଲ୍ଲାପାଳ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତୁରନ୍ତ ଏହାର ପଦକ୍ଷେପ ନିମନ୍ତେ ଅନୁରୋଧ କରିଥିଲେ। ଟୁଇଟ ହେବାର କିଛି ଘଣ୍ଟା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା ଓ ଯୋଜନାରେ ସାମିଲ ହେବାର ସୂଚନା ମିଳିଥିବା ଜଣା ପଡ଼ିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *