February 10, 2026
Home » ରମେଶ ଚନ୍ଦ୍ର ପଣ୍ଡା ଭେଡେନ ବ୍ଲକ୍ କଂଗ୍ରେସ କମିଟୀ ସଭାପତି ମନୋନୀତ

ରମେଶ ଚନ୍ଦ୍ର ପଣ୍ଡା ଭେଡେନ ବ୍ଲକ୍ କଂଗ୍ରେସ କମିଟୀ ସଭାପତି ମନୋନୀତ

0
WhatsApp Image 2026-02-10 at 5.06.08 PM

ଭେଡେନ ବ୍ଲକ୍ ଜାଣ୍ଡୋଲ ଗ୍ରାମର ସମାଜସେବୀ ତଥା ପରୋପକାରୀ ରମେଶ ଚନ୍ଦ୍ର ପଣ୍ଡା ଭେଡ଼େନ କଂଗ୍ରେସ୍ କମିଟୀର ସଭାପତି ଭାବରେ ମନୋନୀତ ହୋଇଛନ୍ତି, ଶ୍ରୀଯୁକ୍ତ ପଣ୍ଡା ବହୁଦିନରୁ କଂଗ୍ରେସ ଦଳରେ କାମ କରିଆସୁଛନ୍ତି । ୧୯୯୫ରେ କଂଗ୍ରେସ ଦଳରେ ଯୋଗଦେଇ ଥିଲେ, ଠିକ୍ ଯୋଗଦେବାର କିଛିଦିନ ପରେ ତାଙ୍କୁ ଭେଡେନ ବ୍ଳକ୍ ଯୁବ କଂଗ୍ରେସ ସଭାପତି ଭାବେ ଯୋଗଦେଇଥିଲେ । ବରଗଡ଼ ଜିଲ୍ଲା କଂଗ୍ରେସ କମିଟୀ ସଂପାଦକ ତଥା ଉପ ସଭାପତି ଭାବେ ମନୋନୀତ ହୋଇଥିଲେ । ତାପରେ ପରବର୍ତ୍ତୀ ସମୟରୁ ବ୍ଳକ୍ ସଭାପତି ଭାବେ ରହିଆସୁଅଛନ୍ତି । ବର୍ତ୍ତମାନ ପୁଣି ରମେଶ ଚନ୍ଦ୍ର ପଣ୍ଡାଙ୍କ ଉପରେ ରାଜ୍ୟ ସଭାପତି ଅସ୍ଥାଭାଜନ ହୋଇ ତାଙ୍କୁ ପୁଣି ଉକ୍ତ ଦାୟିତ୍ଵ ପ୍ରଦାନ କରିଅଛନ୍ତି ।ରମେଶ ଚନ୍ଦ୍ର ପଣ୍ଡା ବ୍ଳକ୍ କଂଗ୍ରେସ କମିଟୀ ସଭାପତି ରୂପେ ମନୋନୀତ ହୋଇଥିବାରୁ ଭେଡେନ ବ୍ଲକ୍ ର ସମସ୍ତ କର୍ମୀ ଓ ସମସ୍ତ ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି, ଶ୍ରୀଯୁକ୍ତ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପିସିସି ସଭାପତି ଭକ୍ତ ଚରଣ ଦାସ ତଥା ବରଗଡ଼ ଜିଲ୍ଲାପର୍ଯ୍ୟବେକ୍ଷକ ସନ୍ତୋଷ ସିଂ ସାଲୁଜା, ବରଗଡ଼ ଜିଲ୍ଲା କଂଗ୍ରେସ କମିଟିସଭାପତି ହରଦୀପ ସିଂ ଓ ଅତାବିରା ବିଧାନସଭା ବିଧାୟକ ପ୍ରାର୍ଥୀ ଅଭିଷେକ ସେଠଙ୍କୁ କୃତଜ୍ଞତା ଜଣାଇଅଛନ୍ତି,ଭେଡେନ ବ୍ଳକ୍ ରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାପାଇଁ କାମ କରିବିବୋଲି ପଣ୍ଡା ମତବ୍ୟକ୍ତ କରିଅଛନ୍ତି,

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *