November 14, 2025
Home » ରମ୍ଭା ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ରମ୍ଭା ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
WhatsApp Image 2025-09-02 at 2.53.54 PM

ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ନେଳିଆବନ୍ଧ ନିକଟସ୍ଥ କଲ୍ୟାଣ ମଣ୍ଡପ ସମ୍ମିଳନୀ ଗୃହରେ ଆନୁଷ୍ଠାନିକ ଭାବେ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ବାଇଁଙ୍କ ଅଧ୍ୟକ୍ଷତା କରିଥିଲେ ।
ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଛାତ୍ର ଛାତ୍ରୀ, ବିଭିନ୍ନ ସରକାରୀ ଯୋଜନାର ଆଦେଶନାମା, ନୂତନ ଭତ୍ତା ଧାରୀ, ହିତାଧିକାରୀ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ରମ୍ଭା ସହର କୁ ଏକ ପର୍ଯ୍ୟଟନ ସ୍ଥଳୀ ଓ ବାଣିଜ୍ୟ ପେଣ୍ଠ ଭାବେ ବିକଶିତ ସହର ଭାବେ ଗଢ଼ି ତୋଳିବାରେ ଉଦ୍ୟମ ଜାରି ରହିଛି ବୋଲି ମାନ୍ୟବର ସାଂସଦ ଡ଼ଃ. ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ।

ସର୍ବପ୍ରଥମେ ଏନ୍.ଏ.ସି. କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ବ୍ରହ୍ମପୁର ସାଂସଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ରମ୍ଭା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଆଶାଲତା ରଚମାଳା ,ଉପାଧ୍ୟକ୍ଷ କାଳିଆ ତରେଇ, ୱାର୍ଡ କାଉନସିଲର ସଭ୍ୟସଭ୍ୟା ଓ ରମ୍ଭା ନେତୃତ୍ୱ ମଣ୍ଡଳୀ ସମେତ ମହିଳାଗୋଷ୍ଠୀମାନେ ଯୋଗ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ଭୀମସେନ ବେହେରା ଛତ୍ରପୁର ବିଧାୟକ ,ସାଂସଦ ଓ ପୂର୍ବତନ ଉପବାଚସ୍ପତିଙ୍କୁ ରମ୍ଭା ସହରର ବିଭିନ୍ନ ମୌଳିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ରମ୍ଭା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣ ଡ଼ାକ୍ତର ,ଆଟେଣ୍ଡଣ୍ଟ ନିଯୁକ୍ତି ,ବ୍ରଜମୋହନପୁର ଓ ବାଉରୀ ସାହି ବାସିନ୍ଦାଙ୍କ ପାଇଁ ଘର ପଟ୍ଟା ପ୍ରଦାନ, ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ ଉପରୁ ବିପଦପୂର୍ଣ୍ଣ ଭାବେ ଓହଳି ଥିବା ୧୧ କେଭି ବିଦ୍ୟୁତତାର ହଟାଇବା, ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା , ରମ୍ଭା ସ୍ଥିତ ଜହମି ଛକର ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବସ୍ ଷ୍ଟାଣ୍ଡ ନିର୍ମାଣ, ରମ୍ଭା ଏନଏସି ରେ ଖଲ୍ଲିକୋଟ ତହସିଲ ପକ୍ଷରୁ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପୁଣି ଥରେ ଖୋଲିବା, ଚିଲିକା ପାନ୍ଥନିବାସ ଜେଟିର ଆଲୋକୀକରଣ କରିବା ଓ ସୌନ୍ଦର୍ଯ୍ୟକରଣ କରିବା, ଚିଲିକା କୂଳେ କୂଳେ ରିଙ୍ଗ ରାସ୍ତାନିର୍ମାଣ,ମାର୍କେଟ କମ୍ପ୍ଲେକ୍ସରେ ମତ୍ସ୍ୟଜୀବୀଙ୍କ ଉଦ୍ଦିଷ୍ଟ ପାଇଁ ମାଛ ମାର୍କେଟ ଚାଲୁ କରିବା, ରମ୍ଭା ରେଳ ଷ୍ଟେସନରର ଦ୍ରୁତଗାମୀ ରେଳ ରହଣି ଓ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଆଦି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଥିଲା ।
ଅନ୍ୟପଟେ ସ୍ଥଗିତ ଥିବା ଚିଲିକା କୂଳରେ ୧୫୦ ଫୁଟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ବରିଷ୍ଠ ବୁଦ୍ଧିଜୀବୀ ତଥା ବରିଷ୍ଠ ସାମ୍ବାଦିକ ସୁଜିତ କୁମାର ବେହେରା ଦାବି ଜଣାଇଥିଲେ ।
ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କୁ ଏହାର ଦୃଷ୍ଟି ଆକର୍ଷଣ କରି ତଥ୍ୟ ପ୍ରଦାନ କରିବା ପାଇଁ ବିଧାୟକ ଓ ସାଂସଦ ନିର୍ଦ୍ଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟ ବରିଷ୍ଠ କିରାଣୀ ତଥା ହୋମିଓପ୍ୟାଥିକ ଡ଼ାକ୍ତର ଡ଼.ସରୋଜ କୁମାର ପାଢ଼ୀ ସଂଯୋଜନା ଓ ପରିଚାଳନା କରିଥିଲେ ।।

Leave a Reply

Your email address will not be published. Required fields are marked *