February 24, 2026
Home » ରସ ଫର ପିସ” ଇଂରାଜୀ ବହି ଲେଖି ଚର୍ଚ୍ଚା ରେ ଦଶମ ଶ୍ରେଣୀର ଛାତ୍ର ରୁଦ୍ରାସଂ।

ରସ ଫର ପିସ” ଇଂରାଜୀ ବହି ଲେଖି ଚର୍ଚ୍ଚା ରେ ଦଶମ ଶ୍ରେଣୀର ଛାତ୍ର ରୁଦ୍ରାସଂ।

0
WhatsApp Image 2025-05-17 at 10.45.40 AM

୧୫ ବର୍ଷ ବୟସ ଦଶମ ଶ୍ରେଣୀର ଛାତ୍ର ରୁଦ୍ରାସଂ କୁମାର ସାହୁ ତେବେ ସେ ଏହି ବୟସ ରେ ବିଶ୍ୱ ରେ ମାନବିକତା ଓ ଶାନ୍ତି ର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଇଂରାଜୀ ରେ ନିଜର ପ୍ରଥମ ସଂକଳନ ବହି “ରସ ଫର ପିସ” ଲେଖି ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତୁଳସୀ ଦୁଇ ପତ୍ର ରୁ ବାସିଲା ଭଳି ଛୋଟ ବୟସ ରୁ ରୁଦ୍ରାସଂ ପାଠପଢା ରେ ଏକାଗ୍ରତା ରଖିବା ସହ ଇଂରାଜୀ ପଢିବା ଓ ଲେଖିବା ରେ ତାଙ୍କ ରୁଚି ରହି ଆସିଛି।

ବୟସ ଛୋଟ ହେଲେ ମଧ୍ୟ ବିଶ୍ୱ ର ବିଭିନ୍ନ ଦେଶ ରେ ଲାଗି ରହିଥିବା ରାଜନୀତି ଅଶାନ୍ତି,ସୀମା ବିବାଦ, ଆତଙ୍କବାଦୀ ଆକ୍ରମଣ, ଯୁଦ୍ଧ ତାଙ୍କ ମନ କୁ ଆନ୍ଦୋଳିତ କରିଥିଲା। ବିଶ୍ୱରେ କେମିତି ମାନବିକତା,ଶାନ୍ତି, ମୈତ୍ରୀ ଫେରିବ ସେନେଇ ସେ “ରସ ଫର ପିସ” କାହାଣୀ ମାଧ୍ୟମରେ ଜଣେ ୧୫ ବର୍ଷ ବାଳକ ର ଅନୁଚିନ୍ତା, ଅନୁଭବ, ଅନୁଭୂତି କୁ ନିଖୁଣ ଭାବେ ଏହି ଇଂରାଜୀ ବହି ଲେଖି ବିଶ୍ୱ ରେ ଶାନ୍ତି, ମୈତ୍ରୀ, ମାନବବାଦ ପୁନଃ ଫେରି ଆସିବ ତାହା କୁ ବିଶ୍ଵ ବାସୀ ଙ୍କ ଉଦ୍ଦେଶ୍ୟ ରେ ସମର୍ପିତ କରିଛନ୍ତି। ତାଙ୍କର ଲିଖିତ ଏହି ଇଂରାଜୀ ବହି “ରସ ଫର ପିସ” ଆମାଜନ ଓ ଫ୍ଲିପକାର୍ଡ ଅନଲାଇନ ରେ ଉପଲବ୍ଧ ହୋଇ ସାରିଛି। କୋକସରା ବ୍ଲକ ଟେମରା ଗ୍ରାମ ର ଯୁବ ଉଦ୍ୟୋଗପତି ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଙ୍କ ପୁଅ ହେଉଛନ୍ତି ରୁଦ୍ରାସଂ କୁମାର ସାହୁ।ରୁଦ୍ରାସଂ ଙ୍କ ଏହି ଇଂରାଜୀ ଭାଷାର ପ୍ରଥମ ବହି “ରସ ଫର ପିସ”ପ୍ରକାଶିତ ହେବା ପରେ ବିଭିନ୍ନ ମହଲ ରୁ ପ୍ରସଂଶା କରାଯାଇଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *