November 12, 2025
Home » ରାଜଗିରି ପର୍ବତର ଶିଖରରେ ମହାବୀରଙ୍କ ମନ୍ଦିର ନିର୍ମାଣାର୍ଥେ ଆର୍ଥିକ ସାହାଯ୍ୟ ସହିତ ବିକାଶ ପାଇଁ ସେବା ସଂଘର ଦାଵୀ

ରାଜଗିରି ପର୍ବତର ଶିଖରରେ ମହାବୀରଙ୍କ ମନ୍ଦିର ନିର୍ମାଣାର୍ଥେ ଆର୍ଥିକ ସାହାଯ୍ୟ ସହିତ ବିକାଶ ପାଇଁ ସେବା ସଂଘର ଦାଵୀ

0
1000756127

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 128; cct_value: 5125; AI_Scene: (-1, -1); aec_lux: 202.28175; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 44;

ନୟାଗଡ଼: ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ପର୍ବତ ରାଜଗିରୀ ପର୍ବତ । ତାର ପ୍ରାକୃତିକ ସବୁଜିମା ବୃକ୍ଷ ରାଶି , ଏକାଧିକ ଝରଣାର କୁଳୁ କୁଳୁ ନାଦ ,ପ୍ରାକୃତିକ ଶୋଭାରାଜିରେ ଭରପୁର ରାଜଗିରି ପର୍ବତ ତାର ଶିଖରରେ ସଙ୍କଟ ମୋଚନ ମହାବୀର ପର୍ଯ୍ୟଟନକାରୀଙ୍କୁ ଆକୃଷ୍ଟ କରିଥାଆନ୍ତି । ଶିଖର ଦେଶରେ ମହାବୀର ହନୁମାନଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ବେସରକାରୀ ଭାବେ ଚାଲିଛି |
ମାଳିସାହି ମହାବୀର ସେବାସଂଘ ସହଯୋଗରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ ବିନା ସରକାରୀ ଅନୁଦାନରେ କେବଳ ଦାନ ଧର୍ମରେ ଏହି କାର୍ଯ୍ୟ ଏବେ ମନ୍ଦିର ଅଁଳା ବେଢ଼ା ପର୍ଯ୍ୟନ୍ତ ହୋଇଛି | ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ୟ ସେତିକିରେ ପଡ଼ି ରହିଥିବା ବେଳେ ଆଗେଇପାରୁ ନାହିଁ । ମାଳିସାହି ମହାବୀର ସେବା ସଂଘର ମୁଖ୍ୟ ଦୀପକ ରଂଜନ ସାହୁ ଓ ସନ୍ତୋଷ କୁମାର ମହାପାତ୍ର କହିବା କଥା ଯଦି କିଛି ସରକାରୀ ଅନୁଦାନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ମିଳିପାରନ୍ତା, ତେବେ ମନ୍ଦିର ନିର୍ମାଣ ସହ ଏହି ପବିତ୍ର ପୀଠର ବିକାଶ ହୋଇପାରନ୍ତା ।
ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସାହିତ୍ୟିକମାନଙ୍କ ଠାରୁ ଶୁଣିବାକୁ ମିଳେ ଯେ ରାଜଗିରିର ଏହି ମହାବୀରଙ୍କ ପୀଠରେ ବସି ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମାଳିସାହିରେ ରହଣି ଭିତରେ ଏହି ନିକାଞ୍ଚନ ପର୍ବତରେ ରହି ତାଙ୍କର ବହୁ କାବ୍ୟ କବିତା ରଚନା କରିଥିବା ବିଭିନ୍ନ ପତ୍ରପତ୍ରିକା ଓ ବିଭିନ୍ନ ପୁସ୍ତକରୁ ଜଣାପଡେ ।ଏପରିକି ଏହି ରାଜଗିରି ପୀଠରେ ଜନମନ ହରଣ କଲାଭଳି ବଡ଼ ବଡ଼ ଝରଣା ସହ ବନ ବିହାର ,ଓ ଚିତ୍ତ ବିନୋଦନ ପାଇଁ ଉତ୍କୃଷ୍ଟ ସ୍ଥାନ ଅଟେ । ଏହି ଦର୍ଶନୀୟ ସ୍ଥାନ ଦେଖିବାପାଇଁ ନୟାଗଡ ଜିଲ୍ଲା କାହିଁକି କଟକ , ଭୁବନେଶ୍ୱର ,ଏପରିକି ସାରା ଓଡ଼ିଶାରୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟିଥାଏ ।ଯାତାୟାତ ପାଇଁ ସୁବିଧା ନଥିବାରୁ ବହୁ କଷ୍ଟରେ ଦେଖିବାକୁ ଯିବାକୁପଡେ। କଷ୍ଟ ହେଲେ ମଧ୍ୟ ଯିଏ ଥରେ ଯାଇଛି ଏତେ ମନ ଖୁସିହୋଇ ଯାଏଯେ ପୁନର୍ବାର ଯିବାକୁ ମନ ବ୍ୟାକୁଳି ତ ହୋଇଥାଏ । ନୟାଗଡ ଜିଲ୍ଲାର ଏହି ଭଳି ଦର୍ଶନୀୟ ସ୍ଥାନର ଓ ମହାବୀରଙ୍କ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ପତ୍ର ପତ୍ରିକା ଓ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ,ମନ୍ଦିର ନିର୍ମାଣ ପୂର୍ଣ୍ଣାଙ୍ଗ ତଥା ରାଜଗିରିର ବିକାଶ ହୋଇପାରି ନାହିଁ ।ଯଥା ଶୀଘ୍ର ମହାଵୀର ମନ୍ଦିରର ପୂର୍ଣ୍ଣାଙ୍ଗ ଓ ଏହି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ମହାବୀର ସେବା ସଂଘ ଓ ସ୍ଥାନୀୟ ସାଧାରଣର ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *