December 19, 2025
Home » ରାଜଯୋଗିନୀ ଦାଦି ବି.କେ ରତନ ମୋହିନୀ ଙ୍କ ଦ୍ୱାଦଶାହ ସ୍ମୁତି ଦିବସ ପାଳିତ!

ରାଜଯୋଗିନୀ ଦାଦି ବି.କେ ରତନ ମୋହିନୀ ଙ୍କ ଦ୍ୱାଦଶାହ ସ୍ମୁତି ଦିବସ ପାଳିତ!

0
WhatsApp Image 2025-04-22 at 6.28.59 PM

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ସ୍ନେହମୟୀ କରୁଣାମୟୀ ସାକ୍ଷାତ ସାକାର ଅବତାରୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଦାଦି ବି.କେ ରତନ ମୋହିନୀ ଙ୍କ ଦ୍ୱାଦଶାହ ସ୍ମୁତି ଦିବସ ପାଳିତ ହୋଇଯାଇଛି ।
ସେ ୨୫ ମାର୍ଚ୍ଚ ୧୯୨୫ ଜନ୍ମ ଗ୍ରହଣ କରିଥିଲେ ଏବଂ ଦାଦି ମା’ ନିଜର ଶହେ ବର୍ଷ ପୂର୍ଣ୍ଣ କରି ୧୦୧ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ଏହି ଅବସରରେ ଦ୍ୱାଦଶାହ ସ୍ମୁତି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଭାରତୀୟ ତଟ ରକ୍ଷାବାହୀନି ର ଆସିଷ୍ଟାଣ୍ଟ କମାଣ୍ଡେଟ୍
ଧନଞ୍ଜୟ ମିଶ୍ରା ଏବଂ ଛତ୍ରପୁର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବାରିକା ନାଥ ବେହେରା ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଈଶ୍ୱରୀୟ ସନ୍ଦେଶ ପ୍ରଦାନ କରିଥିଲେ ।

ଦାଦୀ ଙ୍କ ଆଦର୍ଶ ଜୀବନୀ ସମସ୍ତଙ୍କୁ ଅନୁପ୍ରାଣୀତ କରିବ ସେ ନେଇ ଆଲୋକପାତ କରାଯାଇଥିଲା । ଦାଦୀ ଙ୍କ ଶୈଶବ ଜୀବନ ରୁ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟରେ ଯୋଡ଼ି ହୋଇ ନିଜର ମହତ୍ କର୍ତ୍ତବ୍ୟ ଦ୍ଵାରା ଦେଶ ବିଦେଶ ପରମାତ୍ମା ଙ୍କ ଦେବାର ଈଶ୍ୱରୀୟ କାର୍ଯ୍ୟ ସୁଚାର ରୂପେ ତୁଲାଇ ଥିବା ବେଳେ ନିଜର ଅଲୌକିକ ଶକ୍ତି ଏବଂ ଦୃଢ଼ତା ପ୍ରତିପାଦନ କରିଥିଲେ ତାହା ବର୍ଣ୍ଣନା କରାଯାଇଥିଲା । ତାହାଙ୍କ ନେତୃତ୍ବର କଳା ଦ୍ଵାରା ସଂସ୍ଥା କୁ ଆଗକୁ ବଢ଼ାଇବାରେ ପ୍ରେରଣା ଯୋଗାଇବ ସହ ନିଜର ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପ୍ରସାର ଦିଗରେ ତାଙ୍କୁ ବହୁ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ପୁରସ୍କୃତ କରାଯାଇଥିବା ବିଷୟରେ ମୁଖ୍ୟାଅତିଥି ଧନଞ୍ଜୟ ମିଶ୍ରା ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବାଳକୃଷ୍ଣ ଭାଇ ,ପିଙ୍କି ଭଉଣୀ , ଭାଗ୍ୟ ଭଉଣୀ, ଦୀପା ଭଉଣୀ , ମାମାଲି ଭଉଣୀ , ରାଜୁ ଭାଇ ସକ୍ରୀୟ ସହଯୋଗ କରିଥିବା ବେଳେ ଆଶ୍ରମର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବିଜୟ ଲକ୍ଷ୍ମୀ ଅଧ୍ୟକ୍ଷତା କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *