December 21, 2025
Home » ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ୨୦୨୫ ଦେଖିବାକୁ ସନ୍ଧ୍ୟାରେ ପୁର ପଲ୍ଲୀରୁ ଜନସାଧାରଣଙ୍କ ସୁଅ ଛୁଟୁଛି ।

ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ୨୦୨୫ ଦେଖିବାକୁ ସନ୍ଧ୍ୟାରେ ପୁର ପଲ୍ଲୀରୁ ଜନସାଧାରଣଙ୍କ ସୁଅ ଛୁଟୁଛି ।

0
1000837354

ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମହୋତ୍ସବ ‘କାଉଁରୀ’ ୨୦୨୫ ୮ତାରିଖରୁ ଉଦ୍‌ଘାଟିତ ହୋଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହ ବଡ ଜୋସରେ ଚାଲୁ ରହିଛି । ଏହା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆସି ପରିବେଷଣ କରୁଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଦର୍ଶକଙ୍କ ଭିତରେ ଉତ୍ସୁକତା ପରିଲକ୍ଷିତ ହେଉଛି।ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଖେଳପଡ଼ିଆ ଠାରେ ଆୟୋଜିତ ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ ସାଂସ୍କୃତିକ ଦଳ ସେମାନଙ୍କର କଳା ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରୁଥିବା ଦେଖିବାକୁ ମିଳୁଛି।
ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନ ଓ ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବିଭିନ୍ନ ସନ୍ଧ୍ୟାରେ ।ମହୋତ୍ସବ ସଭାରେ ରାଜନେତା, ପ୍ରଶାସକ, ସମାଜସେବୀମାନେ ଯୋଗ ଦେଇ ମହୋତ୍ସବ କାଉଁରୀ କରିବାର ଉଦ୍ଦେଶ୍ୟ ଓ ଉପକାରିତା ଉପରେ ଆଲୋକପାତ କରୁଛନ୍ତି ।ଜିଲ୍ଲା ଓ ଜିଲ୍ଲା ବାହାରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବା ପରିଲକ୍ଷିତ ହେଉଛି। ମହୋତ୍ସବର ତୃତୀୟ ଶୀତୁଆ ସନ୍ଧ୍ୟାରେ ପୁରପଲ୍ଲୀରୁ ଆସୁଥିବା ଜନସାଧାରଣଙ୍କ ପ୍ରବଳ ଭିଡ଼ ସୁନାଖଳା ‘କାଉଁରୀ’ ମହୋତ୍ସବର ମଜା ଉଠାଉଥିବା ଦେଖିବାକୁ ମିଳୁଛି ।ଆସନ୍ତା ୧୨ ତାରିଖ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି ଯୋଗଦେବାର, ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *