ରାଜସ୍ଥାନ ରୁ ଯୁବତୀ କୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କଲେ ବ୍ଲକ ଉପାଧ୍ୟକ୍ଷ।

ସୋସିଆଲ ମିଡିଆ ରେ ବନ୍ଧୁତା ସ୍ଥାପନ କରି ଜଣେ ଯୁବକ ଙ୍କ ପ୍ରଲୋଭନ ରେ ରାଜସ୍ଥାନ କୁ ଚାକିରୀ ନିଯୁକ୍ତି ପାଇଁ ଯାଇଥିବା ଜଣେ ଯୁବତୀ ଙ୍କୁ ନିର୍ଯ୍ୟାତନା ନେଇ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସୁରକ୍ଷିତ ଭାବେ ଯୁବତୀ ଙ୍କୁ ଉଦ୍ଧାର କରି ନିଜର କର୍ତ୍ତବ୍ୟ ଓ ମାନବିକତା ଦେଖାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ସୂଚନା ଅନୁଯାୟୀ ,କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀ ଙ୍କ ସହ ଫେସବୁକ ରେ ସମ୍ପର୍କ ସ୍ଥାପନ କରି ପରବର୍ତ୍ତୀ ସମୟରେ ନିଯୁକ୍ତି ପ୍ରଲୋଭନ ଦେଖାଇ ରାଜସ୍ଥାନ ଉଦୟପୁର ଜିଲ୍ଲା ପ୍ରତାପନଗର ଥାନା ଅଞ୍ଚଳର ର ଯୁବକ ରତନ ଶର୍ମା ରାଜସ୍ଥାନ ଆସିବାକୁ କହିଥିଲା।ଯୁବତୀ ନିଜ ଘର ର ଆର୍ଥିକ ସ୍ଥିତିକୁ ଦେଖି ରାଜସ୍ଥାନ ଗଲାପରେ ସେଠାରେ ତାକୁ ଯୁବକ ଏକରକମ ବନ୍ଦୀ ଭାବେ ରଖି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା। କୌଣସି ମତେ ଯୁବତୀ ଜଣକ ବନ୍ଦ କୋଠରୀ ରୁ ଖସି ସ୍ଥାନୀୟ ପ୍ରତାପ ନଗର ପୋଲିସ ରେ ପହଞ୍ଚି ଜୀବନ ରକ୍ଷା କରିବା ପାଇଁ କହିଥିଲା। ପରେ ଯୁବତୀ ନିଜ ଘର କୁ ଖବର ଦେବାପରେ ତାଙ୍କ ମା କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ଏ ସମ୍ପର୍କରେ କହିବା ସହ ଝିଅ କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଜିଲ୍ଲା ପ୍ରଶାସନ ର ସହଯୋଗ ରେ ରାଜସ୍ଥାନ ପ୍ରତାପ ନଗର ଥାନା ରେ ନିଜର ସହଯୋଗୀ ରବି ନାରାୟଣ ଦାସ ଙ୍କ ସହ ପହଞ୍ଚି ଯୁବତୀ ଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଫ୍ଲାଇଟ ଯୋଗେ ତାଙ୍କୁ ଆଣି ଆଜି କୋକସରା ଥାନା ରେ ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି। ଉପାଧ୍ୟକ୍ଷ ଙ୍କ ଏହି ମାନବିକତା ସତରେ ଅନ୍ୟ ଙ୍କ ପାଇଁ ଉଦାହରଣ ହୋଇ ରହିବ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ