October 23, 2025
Home »  ରାଜ୍ଯରେ ସଂସ୍କୃତ ଶିକ୍ଷା ପ୍ରତି ସରକାର ଉଦାସିନ: ବନ୍ଦହେବ ସ୍କୁଲ

 ରାଜ୍ଯରେ ସଂସ୍କୃତ ଶିକ୍ଷା ପ୍ରତି ସରକାର ଉଦାସିନ: ବନ୍ଦହେବ ସ୍କୁଲ

0
WhatsApp Image 2025-09-16 at 12.51.26 PM (1)

ଭେଡେନ:ସଂସ୍କୃତ ଏକ ପ୍ରାଚିନ ଭାଷା ।।ସଂସ୍କୃତ କୁ ଦେବ ଭାଷା ବୋଲି କୁହାଯାଏ।।ବେଦ ,ପୁରାଣ ଉପନିଷଦ,ରାମାୟଣ,ମହାଭାରତ ,ଶ୍ରୀମଦ୍ ଭଗବତଗୀତା,ମନୁଶୃତି,ଆୟୁର୍ବେଦ,କର୍ମକାଣ୍ଡ ,ବିଭିନ୍ନ କାବ୍ଯ,ମହାକାବ୍ଯ,ଖଣ୍ଡକାବ୍ଯ ଆଦି ସଂସ୍କୃତ ଭାଷାରେ ରଚିତ ହୋଇଅଛି ।।ବିଭିନ୍ନ ପୂଜା ପାର୍ବଣ,ସଂସ୍କାର,ଯଜ୍ଞ ଆଦି ସଂସ୍କୃତମନ୍ର ଶ୍ଳୋକ ରେ ଅନୁଷ୍ଠିତ ହୋଇଥାଏ ।।ବିଭିନ୍ନ ଗୁରୁକୂଳ,ବିଦ୍ଯାଳୟ,ମହାବିଦ୍ଯାଳୟ,ବିଶ୍ବବିଦ୍ଯାଳୟ ରେ ସଂସ୍କୃତ ଶିକ୍ଷା ପ୍ରଦାନ କରାଯାଏ ।। ଓଡିଶା ରେ ବିଶେଷତଃ ସଂସ୍କୃତ ଶିକ୍ଷାର ବିକାଶପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ଯାଳୟ ତତ୍କାଳିନ ମୂଖ୍ଯମନ୍ରୀ ସ୍ବର୍ଗତ ଜାନକି ପଟ୍ଟନାୟକ ପୁରୀ ମହୋଦଧିକୂଳରେ ପ୍ରତିଷ୍ଠ କରିଥିଲେ ।।ବିଶ୍ବବିଦ୍ଯାଳୟ ଆନୁକୂଲ୍ଯରେ ରାଜ୍ଯରେ ଆନେକ ସଂସ୍କୃତ ସ୍କୁଲ ,କଲେଜ ପ୍ରତିଷ୍ଠା ହୋଇଛି ।।

ଏହି କ୍ରମରେ ବରଗଡ ଜିଲ୍ଳାରେ ମଧ୍ଯ ଅନେକ ସଂସ୍କୃତ ସ୍କୁଲ କଲେଜ୍ ରହିଛି ବରଗଡ ଜିଲ୍ଲା ର ନୃସିଂହନାଥ ସଂସ୍କୃତ ବିଦ୍ଯାନିକେତନ,ଲାଲାଜୀଗୋପଳଜୀ ସଂସ୍କୃତ ବିଦ୍ଯାଳୟ, ବରିକେଲ ,ସଂସ୍କୃତ ମହାବିଦ୍ଯାଳୟ ,ବରିକେଲ ,ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ଯାଳୟ,ଓ ଶ୍ରୀଜଗନ୍ନାଥ ମହାବିଦ୍ଯାଳୟ ,ବିଜୟ ପଲ୍ଲି,ବରପାଳି ,ଗୁରୁପାଲି ସଂସ୍କୃତ ବିଦ୍ଯାଳୟ ,ଗୁରୁପାଲି ତଥା ବହଲପାଲି ସଂସ୍କୃତ ବିଦ୍ଯାଳୟ ,ବହଲପାଲି ଭେଡେନ ଅନ୍ଯତମ ।।ଏହି ଅନୁଷ୍ଠାନ ମାନଙ୍କ ଠାରୁ ଆଜି ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଶିକ୍ଷକମାନଙ୍କ ଅବସର ପରେ ଆଉ ପୁନଃ ନିୟୁକ୍ତି ଦିଆଗଲାନାହିଁ ଫଳ ରେ ବିଜୟପଲ୍ଲୀ ଠାରେ ଥିବା ସଂସ୍କୃତ ସ୍କୁଲ ଷଷ୍ଠ ଠାରୁ ଦଶମ ପର୍ଯ୍ଯନ୍ତ ( ପ୍ରଥମା,ମଧ୍ଯମା) ଆଜି ବନ୍ଦ ହୋଇଗଲା ।।ଏହି ଅନୁଷ୍ଠାନ ରୁ ଉତ୍ତିର୍ଣ୍ଣ ହୋଇଥିବା ଅନେକ ଛାତୂର ଆଜି ବିଭିନ୍ନ କ୍ଷେତ୍ର ରେ ବିଭିନ୍ନ ପଦବୀରେ ଅଛନ୍ତି ।।
ସଂସ୍କୃତ କେବଳ ଏକ ଶିକ୍ଷା ନୁହଁ ସଂସ୍କାର ମଧ୍ଯ।।ତେଣୁ ତ କୁହାଯାଏ ।।ଯଥା ସଂସ୍କୃତେ ସଂସ୍କୃତିର୍ଜ୍ଞେୟା ସଂସ୍କୃତେ ସକଳ କଳା।। ସଂସ୍କୃତେ ସକଳ ଜ୍ଞାନଂ ସଂସ୍କୃତେ କିଂ ନବର୍ତ୍ତନ୍ତେ ।। ସଂସ୍କୃତ ଭାଷା ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଅନୁଷ୍ଠାନ ମଧ୍ଯ କାମକରୁଛନ୍ତି ।।ସଂସ୍କୃତ ଭାଷାର ପ୍ରଚାରପାଇଁ ଲୋକଭାଷା ପ୍ରଚାର ସମିତି ,ପୁରୀ ଦଶଦିନାତ୍ମକ ସଂସ୍କୃତ ଭାଷା ପ୍ରଚାର କେମ୍ଫ ଗୁଡିକ କରି ପ୍ରଚାରପ୍ରସାର କରନ୍ତି ।।କାଳିଦାଶ କଂ ଠାରୁ ଆରମ୍ଭକରି ଅନେକ କବିତଥା ବର୍ତ୍ତମାନ ମଧ୍ଯ ଅନେକ ସାହିତ୍ଯକ ସଂସ୍କୃତରେ ବିଭିନ୍ନ ପୁସ୍ତକ ରଚନା କରିଛନ୍ତି ।। ଆଜି କିଂତୁ ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ଏ ଭାଷା ର ଅଧୋଗତି ହେବାକୁ ଲାଗୁଛି ।। ଭେଡେନ ବ୍ଳକ ର ପ୍ରାଚୀନ ଅନୁଷ୍ଠାନ ଗୁରୁପାଲି ସଂସ୍କୃତ ବିଦ୍ଯାଳୟ ରୌପ୍ଯ ଜୟନ୍ତି ପାଳନ କରିସାରି ଆଜି ସୁବର୍ଣଜୟନ୍ତୀପାଳନ କରିବା ଅପେକ୍ଷାରେ ।।ଆଜି ଅନୁଷ୍ଠାନ ୪୩ବର୍ଷରେ ପାଦ ଦଇଛି ।।କିଂତୁ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ଙ୍କୁ ଛାଡିଦେଲେ ଅନ୍ଯ ସମସ୍ତ ଶିକ୍ଷକ ଅବସର ନେଇଛନ୍ତି ।।
୫ଟିକ୍ଳାସ ରେ ଜଣେ ଶିକ୍ଷକ ଙ୍କୁ ନେଇ କେମତି ଚାଲିବ ପାଠପଢା ।।ଚିନ୍ତା ରେ ଗ୍ରାମବାସୀ,ଅଭିଭାବକ ଓ ଛାତ୍ର ।।
ବିଦ୍ଯାଳୟରେ ପର୍ଯ୍ଯାପ୍ତ ଶ୍ରେଣୀକୋଠରୀ ଥିବାବେଳେ ପୂର୍ବତନ ନବୀନ ସରକାର ୫ଟି ଅଧିନରେ ସ୍ମାଟ୍ କ୍ଲାସ ପାଇଁ ଅନୁଦାନ ରେ ଭିତ୍ତିଭୂମିର ବିକାଶ କରାଯାଇଛି ।। ଛାତ୍ର ସଂଖ୍ଯା ମଧ୍ଯ ବହୁତ ଅଛନ୍ତି ।।କିନ୍ତୁ ଶିକ୍ଷକ ଅଭାବ ପାଠପଢାରେ ବ୍ଯାଘାତ ସୃଷ୍ଟି କରୁଛି ।।ଏବେ ସରକାର ସାମୟିକ ଶିକ୍ଷାପାଇଁ ଅବସର ପରେ କିଛି ଦୈନିକ ଶିକ୍ଷକ ନିୟୁକ୍ତ କରିଛନ୍ତି ।।ଏହା କିଂତୁ ସାମୟିକ ପଦକ୍ଷେପ ଅଟେ ସରକାର ଧ୍ଯାନ ଦେଇ ସ୍ଥାୟୀ ଶିକ୍ଷକ ନିୟୁକ୍ତି ନ କଲେ ଅନୁଷ୍ଠାନ ଟି ବନ୍ଦହୋଇଯିବ ଏଥିରେ ତିଲେମାତ୍ର ସଂଦେହ ନାଇଁ ।।

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରୁ ହରିଶଙ୍କର ବେହେରା ଙ୍କ ରିପୋଟ ଇପିଏ ନିଉଜ୍ ।।

Leave a Reply

Your email address will not be published. Required fields are marked *