ରାଜ୍ୟପାଳ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ପିପିଏଲ କର୍ପୋରେଟ ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର

ପାରାଦୀପ – ପାରାଦୀପ ଫସ୍ଫେଟସ୍ ଲିମିଟେଡ୍(ପିପିଏଲ୍) ର କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ.ହରି ବାବୁ କମ୍ଭମପତି ଙ୍କୁ ଗତ ସୋମବାର ଦିନ ସୌଜନ୍ୟମୂଳ ସାକ୍ଷାତ କରିଥିଲେ । ଏହି ଅବସରରେ ରାଜ୍ୟପାକ ଡ଼ଃ. କମ୍ଭମପତି ପିପିଏଲ ସାର କାରଖାନା ର ଉତ୍ପାଦନ,ପରିଚାଳନା, ଏହାର ପରିବେଶ ସୁରକ୍ଷା ଓ ପାରିପାର୍ଶ୍ଵିକ ଉନ୍ନୟନ ସମ୍ପର୍କରେ ସବିଶେଷ ତଥ୍ୟ ଶ୍ରୀ ମିଶ୍ର ଙ୍କ ଠାରୁ ଅବଗତ ହୋଇଥିଲେ l ଶିଳ୍ପର ଉନ୍ନତିକରଣ, ଶିଳ୍ପର ଅଭିବୃଦ୍ଧି ଏବଂ ଆନୁସଙ୍ଗିକ ସୁବିଧା ସୁଯୋଗର ଊନ୍ନତି ନିମନ୍ତେ ରାଜ୍ୟପାଳ ଦିଗଦର୍ଶନ ଦେଇଥିବା ପିପିଏଲ୍ କର୍ପୋରେଟ ବ୍ୟାପାର ମୁଖ୍ୟ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )