ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଉଦଘାଟିତ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଶୁଭାରମ୍ଭ ହୋଇଛି। ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୁଲ୍ୟରେ ଏହି କ୍ରୀଡା ମହୋତ୍ସବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ମହୋତ୍ସବରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ୬୦୦ ରୁ ଅଧିକ ପିଲା ଏଥିରେ ସାମିଲ ହୋଇଛନ୍ତି । ଏହି ମହୋତ୍ସବରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼, ଲମ୍ବ ଡିଆଁ, ରିଲେ ଦୌଡ଼, ଫୁଟବଲ୍, ଚେସ୍, କାରମ୍ ଭଳି ରୋମାଞ୍ଚକର ଇଭେଣ୍ଟରେ ଶିଶୁ ମାନେ ଅଂଶଗ୍ରହଣ କରି ନିଜର କ୍ରୀଡା ନୌପୁଣ୍ୟ ପ୍ରଦର୍ଶନ କରିବେ । ଦଳଗତ ଖେଳୁଆଡ଼ ମନୋବୃତ୍ତି ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଏବଂ ମନୋରଞ୍ଜନକାରୀ ଖେଳ ଅନ୍ତର୍ଭୁକ୍ତ ରହିଛି ଯାହା ପ୍ରତିଯୋଗୀଙ୍କ ଆତ୍ମବିଶ୍ୱାସକୁ ପ୍ରୋତ୍ସାହିତ କରିବ ।
