July 5, 2025
Home » ରାଜ୍ୟସ୍ତରୀୟ ସୁରଭି ୨୦୨୪ ରେ ବିଭିନ୍ନ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ପୁରସ୍କୃତ

ରାଜ୍ୟସ୍ତରୀୟ ସୁରଭି ୨୦୨୪ ରେ ବିଭିନ୍ନ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ପୁରସ୍କୃତ

0
WhatsApp Image 2024-11-18 at 1.25.56 PM

ରାଜ୍ୟସ୍ତରୀୟ ସୁରଭି ୨୦୨୪ରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି। ଏଥିରେ ଆୟୋଜିତ ବିଭିହ୍ନ ପ୍ରତିଯୋଗିତା ମଧ୍ୟରେ ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଳଗତ ନୃତ୍ୟରେ ତୃତୀୟ ସ୍ଥାନ ପାଇଥିବା ବେଳେ, ଏମ୍.ଭି ୩୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶୁଭ୍ରଜିତ ମହାପାତ୍ର ଜୁନିୟର କୁଇଜ୍ ରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତର ରେ ପୁରସ୍କୃତ ହୋଇଛନ୍ତି ।

ଛାତ୍ରଛାତ୍ରୀ ମାନଙ୍କ ରାଜ୍ୟସ୍ତରର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ମାଲକାନଗିରି, ଆଦିବାସୀ ଶିକ୍ଷା ସଂଯୋଜକ ତଥା ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।
ଚଳିତ ମାସ ନଭେମ୍ୱର ୧୨ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪ ୟୁନିଟ୍ ୦୩ କେପିଟାଲ ହାଇସ୍କୁଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୫୦ଜଣ ବିଦ୍ୟାର୍ଥୀ ସମେତ ୧୬ ଜଣ ଗାଇଡ୍ ଶିକ୍ଷକଶିକ୍ଷୟିତ୍ରୀ ଅ°ଶଗ୍ରହଣ କରିଥିଲେ। 

ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *