February 21, 2026
Home » ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା

ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା

0
WhatsApp Image 2026-02-19 at 8.54.45 PM
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସ ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ଆଜିଠାରୁ ଏକ ଶାନ୍ତିପୂର୍ଣ୍ଣ ଧାରଣା ମାଷ୍ଟରକ୍ୟାଣ୍ଟିନ ଠାରେ ସକାଳ ୧୦ ଘଟିକା ଠାରୁ ଆରମ୍ଭ କରାଯାଇଅଛି । ଏହି ଅହୋରାତ୍ର ଧାରଣା  କ୍ରମାଗତ ଭାବେ ଆସନ୍ତା ୨୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ । ସମ୍ବିଧାନର ୯୩ତମ ସଂଶୋଧନ ଅନୁଯାୟୀ ରାଜ୍ୟ ସରକାର ଆଇନ ପ୍ରଣୟନ କରିବା, ଦଳିତ ଆଦିବାସୀ ନିର୍ଯ୍ୟାତନା ଆଇନର ତଦନ୍ତଭାର ପୂର୍ବପରି ଜଣେ ଡିଏସପିଙ୍କ ଦ୍ୱାରା କରାଇବା, ଓ.ଆର.ଭି ଆଇନର ସଚି଼ବ କ୍ରିୟାନ୍ୱୟନ କରିବା, ମନରେଗାକୁ ପୁନର୍ବାର ଚାଲୁ କରିବା, ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତ ଓ ନଗର ପଞ୍ଚାୟତ ଗୁଡ଼ିକୁ କ୍ଷମତା ହସ୍ତାନ୍ତର କରିବା, ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ମାଗଣାରେ ୩୦୦ ୟୁନିଟ ବିଜୁଳି ମାଗଣାରେ ଦେବା, କୃଷକମାନଙ୍କୁ କୃଷି କାର୍ଯ୍ୟପାଇଁ ସଂପୂଣ୍ଣ ମାଗଣା ବିଜୁଳି ଯୋଗାଇ ଦେବା, ବାର୍ଦ୍ଧକ୍ୟ ଭତ୍ତାକୁ ସର୍ବନିମ୍ନ ୨୦୦୦ ଟଙ୍କା କରିବା ଆଦି ୮ଟି ଦାବିକୁ ନେଇ ଶତାଧିକ କଂଗ୍ରେସ କର୍ମୀ ଆଜି ଆଇନଜୀବୀ ମଲ୍ଲିକଙ୍କ ନେତୃତ୍ୱରେ ଧାରଣା ଦେଅଛନ୍ତି । ଏହି ଶାନ୍ତିପୂର୍ଣ୍ଣ ଧାରଣା ପରେ ମଧ୍ୟ ଯଦି ଓଡ଼ିଶା ସରକାର ନ ଚେତନ୍ତି ତେଣୁ ଆଗାମୀ ଦିନରେ ଆମ୍ଭେ ରାଜରାସ୍ତାକୁ ଯିବୁ ବୋଲି ଆଇନଜୀବି ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ଧାରଣାରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି, ପିସିସି ସମ୍ପାଦିକା ଅନିମା ମିଞ୍ଜ, ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାଗୁଣି ଜେନା, ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଶ୍ରୀ ପ୍ରହଲ୍ଲାଦ ପୂର୍ତ୍ତି, ବିଶିଷ୍ଟ ପରିବେଶବିତ ଶ୍ରୀ ସୁଧାଂଶୁ ଦେଓ, ବିଶିଷ୍ଟ ଦଳିତ ନେତା ଶ୍ରୀ ଅକ୍ଷୟ  ମଲ୍ଲିକ, ଆଇଏନଟିୟୁସିର ପୂର୍ବତନ ଯୁବ ସଭାପତି ଶ୍ରୀ ସତ୍ୟବ୍ରତ ନାୟକ, ପିସିସି ମୁଖପାତ୍ର ଦେବାଶିଷ ଭୂୟାଁ, ଅନୁସୂଚିତ ଜାତି ଉପାଧ୍ୟକ୍ଷ ଶ୍ରୀମତୀ ଏଲ ମାଣିକ ପ୍ରଭା, ଶ୍ରୀମତୀ ଜାନକୀ ମଲ୍ଲିକ, ବିଭାଗର ସାଧାରଣ ସଂପାଦକ ଶ୍ରୀବତ୍ସ ମଲ୍ଲିକ, ଶ୍ରୀ ଆଶିଷ ମଲ୍ଲିକ, ଶ୍ରୀ ଭାଗିରଥି ବେହେରା, ଶ୍ରୀ ଦେବବ୍ରତ ବେହେରା, ବିଭାଗର ରାଜ୍ୟ ସଂପାଦକ ଶ୍ରୀ ରଞ୍ଜନ ଭୋଇ, ଶ୍ରୀ ପ୍ରମୋଦ ମଲ୍ଲିକ, ଶ୍ରୀ ବିକାଶ ଦାସ, ଶ୍ରୀମତୀ ନଳିନୀ ବେହେରା, ପରମେଶ୍ୱର ମଲ୍ଲିକ, ପ୍ରଫୁଲ୍ଲ ଜେନା, ପ୍ରଦୀପ ଜେନା, ଶ୍ରୀ ବୀରବର ଜେନା, ଶ୍ରୀ ଜଗବନ୍ଧୁ ମଲ୍ଲିକ, କଟକ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ପ୍ରତାପ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଭୁବନେଶ୍ୱର ଅଧ୍ୟକ୍ଷ ଶ୍ରୀ ଜମ୍ବେଶ୍ୱର ମଲ୍ଲିକ, ଅନୁଗୁଳ ଅଧ୍ୟକ୍ଷ ଶ୍ରୀ ରାଜକିଶୋର ନାୟକ, କେନ୍ଦ୍ରାପଡ଼ା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ମଲ୍ଲିକ, ପଶ୍ଚିମ ଗଞ୍ଜାମ ଅଧ୍ୟକ୍ଷ ଶ୍ରୀ ଚିତ୍ରସେନା ବେହେରା, ନେତୃତ୍ୱ ବିକାଶ ମିଶନ ଟିମ ଲିଡର ଆଲବଟ କିଣ୍ଡୋ ଶ୍ରୀ ବିଶ୍ୱରଞ୍ଜନ ଜେଠୀ, ବାଲିପାଟଣା ବ୍ଲକ କଂଗ୍ରେସ  ଶ୍ରୀ ଶୈଳେନ୍ଦୁ ଦାସ, କଳ୍ପନା ପଣ୍ଡା ପ୍ରମୁଖ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *