February 23, 2026
Home » ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା

ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା

0
WhatsApp Image 2026-02-19 at 8.54.45 PM
ଭୁବନେଶ୍ୱର:  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ରାଜ୍ୟ ଅନୁସୂଚୀତ ଜାତି କଂଗ୍ରେସ ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ଆଜିଠାରୁ ଏକ ଶାନ୍ତିପୂର୍ଣ୍ଣ ଧାରଣା ମାଷ୍ଟରକ୍ୟାଣ୍ଟିନ ଠାରେ ସକାଳ ୧୦ ଘଟିକା ଠାରୁ ଆରମ୍ଭ କରାଯାଇଅଛି । ଏହି ଅହୋରାତ୍ର ଧାରଣା  କ୍ରମାଗତ ଭାବେ ଆସନ୍ତା ୨୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ । ସମ୍ବିଧାନର ୯୩ତମ ସଂଶୋଧନ ଅନୁଯାୟୀ ରାଜ୍ୟ ସରକାର ଆଇନ ପ୍ରଣୟନ କରିବା, ଦଳିତ ଆଦିବାସୀ ନିର୍ଯ୍ୟାତନା ଆଇନର ତଦନ୍ତଭାର ପୂର୍ବପରି ଜଣେ ଡିଏସପିଙ୍କ ଦ୍ୱାରା କରାଇବା, ଓ.ଆର.ଭି ଆଇନର ସଚି଼ବ କ୍ରିୟାନ୍ୱୟନ କରିବା, ମନରେଗାକୁ ପୁନର୍ବାର ଚାଲୁ କରିବା, ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତ ଓ ନଗର ପଞ୍ଚାୟତ ଗୁଡ଼ିକୁ କ୍ଷମତା ହସ୍ତାନ୍ତର କରିବା, ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ମାଗଣାରେ ୩୦୦ ୟୁନିଟ ବିଜୁଳି ମାଗଣାରେ ଦେବା, କୃଷକମାନଙ୍କୁ କୃଷି କାର୍ଯ୍ୟପାଇଁ ସଂପୂଣ୍ଣ ମାଗଣା ବିଜୁଳି ଯୋଗାଇ ଦେବା, ବାର୍ଦ୍ଧକ୍ୟ ଭତ୍ତାକୁ ସର୍ବନିମ୍ନ ୨୦୦୦ ଟଙ୍କା କରିବା ଆଦି ୮ଟି ଦାବିକୁ ନେଇ ଶତାଧିକ କଂଗ୍ରେସ କର୍ମୀ ଆଜି ଆଇନଜୀବୀ ମଲ୍ଲିକଙ୍କ ନେତୃତ୍ୱରେ ଧାରଣା ଦେଅଛନ୍ତି । ଏହି ଶାନ୍ତିପୂର୍ଣ୍ଣ ଧାରଣା ପରେ ମଧ୍ୟ ଯଦି ଓଡ଼ିଶା ସରକାର ନ ଚେତନ୍ତି ତେଣୁ ଆଗାମୀ ଦିନରେ ଆମ୍ଭେ ରାଜରାସ୍ତାକୁ ଯିବୁ ବୋଲି ଆଇନଜୀବି ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ଏହି ଧାରଣାରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି, ପିସିସି ସମ୍ପାଦିକା ଅନିମା ମିଞ୍ଜ, ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାଗୁଣି ଜେନା, ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଶ୍ରୀ ପ୍ରହଲ୍ଲାଦ ପୂର୍ତ୍ତି, ବିଶିଷ୍ଟ ପରିବେଶବିତ ଶ୍ରୀ ସୁଧାଂଶୁ ଦେଓ, ବିଶିଷ୍ଟ ଦଳିତ ନେତା ଶ୍ରୀ ଅକ୍ଷୟ  ମଲ୍ଲିକ, ଆଇଏନଟିୟୁସିର ପୂର୍ବତନ ଯୁବ ସଭାପତି ଶ୍ରୀ ସତ୍ୟବ୍ରତ ନାୟକ, ପିସିସି ମୁଖପାତ୍ର ଦେବାଶିଷ ଭୂୟାଁ, ଅନୁସୂଚିତ ଜାତି ଉପାଧ୍ୟକ୍ଷ ଶ୍ରୀମତୀ ଏଲ ମାଣିକ ପ୍ରଭା, ଶ୍ରୀମତୀ ଜାନକୀ ମଲ୍ଲିକ, ବିଭାଗର ସାଧାରଣ ସଂପାଦକ ଶ୍ରୀବତ୍ସ ମଲ୍ଲିକ, ଶ୍ରୀ ଆଶିଷ ମଲ୍ଲିକ, ଶ୍ରୀ ଭାଗିରଥି ବେହେରା, ଶ୍ରୀ ଦେବବ୍ରତ ବେହେରା, ବିଭାଗର ରାଜ୍ୟ ସଂପାଦକ ଶ୍ରୀ ରଞ୍ଜନ ଭୋଇ, ଶ୍ରୀ ପ୍ରମୋଦ ମଲ୍ଲିକ, ଶ୍ରୀ ବିକାଶ ଦାସ, ଶ୍ରୀମତୀ ନଳିନୀ ବେହେରା, ପରମେଶ୍ୱର ମଲ୍ଲିକ, ପ୍ରଫୁଲ୍ଲ ଜେନା, ପ୍ରଦୀପ ଜେନା, ଶ୍ରୀ ବୀରବର ଜେନା, ଶ୍ରୀ ଜଗବନ୍ଧୁ ମଲ୍ଲିକ, କଟକ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ପ୍ରତାପ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଭୁବନେଶ୍ୱର ଅଧ୍ୟକ୍ଷ ଶ୍ରୀ ଜମ୍ବେଶ୍ୱର ମଲ୍ଲିକ, ଅନୁଗୁଳ ଅଧ୍ୟକ୍ଷ ଶ୍ରୀ ରାଜକିଶୋର ନାୟକ, କେନ୍ଦ୍ରାପଡ଼ା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ମଲ୍ଲିକ, ପଶ୍ଚିମ ଗଞ୍ଜାମ ଅଧ୍ୟକ୍ଷ ଶ୍ରୀ ଚିତ୍ରସେନା ବେହେରା, ନେତୃତ୍ୱ ବିକାଶ ମିଶନ ଟିମ ଲିଡର ଆଲବଟ କିଣ୍ଡୋ ଶ୍ରୀ ବିଶ୍ୱରଞ୍ଜନ ଜେଠୀ, ବାଲିପାଟଣା ବ୍ଲକ କଂଗ୍ରେସ  ଶ୍ରୀ ଶୈଳେନ୍ଦୁ ଦାସ, କଳ୍ପନା ପଣ୍ଡା ପ୍ରମୁଖ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।