ରାଜ୍ୟ ନିର୍ବାଚନ କମିଶନଙ୍କରଙ୍କ ନୟାଗଡ ଜିଲ୍ଲା ସମୀକ୍ଷା ବୈଠକ
ନୟାଗଡ: ନୟାଗଡ ଜିଲ୍ଲା ଗସ୍ତରେ ରାଜ୍ୟ ନିର୍ବାଚନ କମିଶନର, ଶ୍ରୀ ମଧୁସୂଦନ ପାଢ଼ୀ ଆସି ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ସମ୍ମିଳନୀ କକ୍ଷ ସଦ୍ଭାବନା ସଭାଗୃହରେ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟେ ଶ୍ରୀ ବିଜୟାନନ୍ଦ ନାୟକ , ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ ।

ଡେପୁଟି କଲେକ୍ଟର (ନିର୍ବାଚନ ), ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ ) ଉପସ୍ଥିତରେ ବିଭିନ୍ନ ବୁଥ୍ ସଂକ୍ରାନ୍ତୀୟ ତଥ୍ୟ ସହ ସମସ୍ତ ବୁଥର ପୁନଃ ନିରୀକ୍ଷଣ ଓ ଅସ୍ଥାୟୀ ଗୃହ ଥିବା ବୁଥ୍ ଗୁଡିକର ପୁନଃ ନିରୀକ୍ଷଣ ସହ ଆଗାମୀ ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗ ରୁମ ଓ କାଉଣ୍ଟିଙ୍ଗ ହଲ ସ୍ଥିର କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦେଶ ଦେଇଥିଲେ । ଏହା ପରେ ନିର୍ବାଚନ କମିଶନର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଗଚ୍ଛିତ ଥିବା ବାଲଟ ବକ୍ସ ଗୁଡିକୁ ନିରୀକ୍ଷଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
