July 28, 2025
Home » ରାଜ୍ୟ ସରକାରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ରାଜ୍ୟ ସରକାରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

0
WhatsApp Image 2025-06-04 at 4.47.09 PM

ସୁବର୍ଣ୍ଣପୁର-: ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା ରେ କାର୍ଯ୍ୟରତ ସମସ୍ତ ବ୍ଲକର ଶିକ୍ଷକ ମାନଙ୍କୁ ନେଇ ସୋନପୁର ସହର ସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ହୃଷିକେଶ ଚାନ୍ଦ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶିକ୍ଷକ ସୁରେଶ ପଧାନ ସଭାପତିତ୍ୱ କରିଥିଲେ l ସହ ଆବାହକ ଗୋପେଶ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଦୋଳଗୋବିନ୍ଦ ପଣ୍ଡା, ପ୍ରାଣବନ୍ଧୁ ସାହୁ, ପ୍ରଦୀପ ଗଣିକ, ମନୋଜ କର୍ମୀ, ବିଶ୍ୱବିହାରୀ ମିଶ୍ର, ଦାଶରଥୀ ନାଏକ, ସିନ୍ନିବାଶ ରଥ, ବ୍ୟୋମକେଶ ତ୍ରିପାଠୀ, ଶ୍ରବଣ ବାରିକ, ନରେନ୍ଦ୍ର ନାଗ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପlତ କରିଥିଲେ l ଏହାପରେ ଚାରିଗୋଟି ଦାବୀ ଯଥା ଦୁଇବର୍ଷ ହେବ ବନ୍ଦ ପଡ଼ିଥିବା ପ୍ରାଥମିକ ଶିକ୍ଷକ ଙ୍କ ପଦୋନ୍ନତି କୁ ତ୍ୱରାନ୍ୱିତ କରିବା ସହ 11.02.2011 ପୂର୍ଵରୁ ନିଯୁକ୍ତ ଶିକ୍ଷକଙ୍କ ପଦୋନ୍ନତି କ୍ଷେତ୍ରରେ ଓଟିଇଟି କୁ ଯୋଗ୍ୟତାର ମାପକାଠି କରାନଯିବା, ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା 6ରୁ 8 ବର୍ଷ କାର୍ଯ୍ୟକାଳ କୁ ଚାକିରି ରେ ଗଣନା କରି ମୂଳ ଦରମା ନିର୍ଦ୍ଧାରଣ କରିବା, ସମସ୍ତ ଶିକ୍ଷକଙ୍କୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରି ଆୟୁଷ୍ମାନ ଯୋଜନାରେ ସାମିଲ କରିବା ଏବଂ ଅବସର ପରେ ସୁରକ୍ଷିତ ଭବିଷ୍ୟତ ପାଇଁ ନୂତନ ପେନସନ ବଦଳରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଚାରି ଦଫା ବିଶିଷ୍ଟ ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଲଙ୍କ ଜରିଆରେ ପ୍ରଦାନ କରା ଯାଇଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *