November 14, 2025
Home » ରାଜ୍ୟ ସରକାରଙ୍କ ଦ୍ବାରା ରାୟଗଡ଼ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନୂତନ ଦାୟିତ୍ୱରେ କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ କମିଟି

ରାଜ୍ୟ ସରକାରଙ୍କ ଦ୍ବାରା ରାୟଗଡ଼ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନୂତନ ଦାୟିତ୍ୱରେ କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ କମିଟି

0
WhatsApp Image 2025-05-17 at 7.30.21 AM

“ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା”

ପରିଶେଷରେ ରାୟଗଡ଼ା ଜିଲ୍ଲା ସିଡବ୍ଲୁସି କାର୍ଯ୍ୟାଳୟର ନୂତନ ଭାବେ ତା;:୧୬/୦୫/୨୫ ରିଖ ଶୁକ୍ରବାର ଦିନ କୋରାପୁଟ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ଵ ହସ୍ତାନ୍ତର ହୋଇଛି । ରାୟଗଡ଼ା ସିଡବ୍ଲୁସି କମିଟି ଭଙ୍ଗ ହେବା ପରଠାରୁ ଏହାର ଦାୟିତ୍ୱ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ବାରମ୍ବାର ପୂର୍ବତନ ଅଧ୍ୟକ୍ଷା ଏବଂ ସମସ୍ତ ସଭ୍ୟଙ୍କୁ ଅନୁରୋଧ କରିବା ସତ୍ୱେ ପୂର୍ବତନ ଅଧ୍ୟକ୍ଷା କିମ୍ବା କମିଟିର ସଦସ୍ୟ ମାନେ କେହି ଦେଖାଦେଲେ ନହିଁ l ଯାହାଫଳରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡ଼ ସହକାରୀ ଜିଲ୍ଲାପାଳ ଶ୍ରୀ କୈଳାଶ ସ୍ୱାଇଁଙ୍କୁ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ତାଙ୍କ ଉପସ୍ଥିତରେ ଶୁକ୍ରବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚି଼ଚୁଆନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଲାଭାଙ୍ଗି କୋରାପୁଟ ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l
ମିଳିଥିବା ସୂଚନା ମୁତାବକ ଏକ ନଅ ଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ସନ୍ଦେହ ଘେରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି I ଉକ୍ତ ମାମଲା ଆଧାରରେ ଉଚିତ ସମୟରେ ଠିକ୍ କାର୍ଯ୍ୟ ନ କରିବା ଓ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦେବାରେ ଅବହେଳା କରିବା ସହ ବିଳମ୍ବରେ ପୂର୍ବତନ ଅଧ୍ୟକ୍ଷଙ୍କ ବ୍ୟତୀତ କମିଟିର ସମସ୍ତ ସଦସ୍ୟ ପ୍ରଦାନ କରିବାରେ ବିଫଳ ହେବା ପରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି I ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ନିଜର ଶକ୍ତ ଆଭିମୁଖ୍ୟ ଜାହିର କରିଛନ୍ତି ରାଜ୍ୟ ସରକାର I


ନଭେମ୍ବର ୨୦୨୪ ରେ ରାୟଗଡା ବ୍ଲକର ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ନିକଟସ୍ଥ ନୂଆପଡା କଲୋନିରୁ ଏକ ନବଜାତ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କୁ ବେଇଆଇନ ଭାବେ ହସ୍ତାନ୍ତର କରାଯାଇଥିବା ବିଷୟ ସାମ୍ନାକୁ ଆସିଥିଲାI ଉକ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାରୁଲ ପଟୱାରୀ ପୂର୍ବତନ ଉପ-ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରାଙ୍କ ନେତୃତ୍ୱରେ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ବିଶେଷ ସୂତ୍ରରୁ ପ୍ରାପ୍ତ ତଥ୍ୟ ଆଧାରରେ ଏହି ମାମଲାରେ ପାଞ୍ଚ ଦିନ ଧରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରିବାରେ ଶିଶୁ କଲ୍ୟାଣ କମିଟିର ବିଫଳତା, ତା ୧୧. ୧୨. ୨୦୨୪ ର ଏକ ଅଣପଞ୍ଜିକୃତ ପୋଷ୍ୟ ସନ୍ତାନ ଗ୍ରହଣ ପତ୍ର ପାଇବା ସତ୍ତ୍ୱେ ନିଷ୍କ୍ରିୟତା ଅବଲମ୍ବନ କରିବା ଏବଂ ବେଆଇନ ଦଲିଲ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ନୋଟାରୀ ଏବଂ ଆଇନଯିବିଙ୍କ ଭୂମିକା ପ୍ରତି ଅବହେଳା ଆଦି ଅନେକ ଗୁଡିଏ ଅନିୟମିତତା ବିଷୟ ତଦନ୍ତରେ ସାମ୍ନାକୁ ଆସିଥିଲା। ଏହି ଅଭିଯୋଗ ପରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଶୁଣାଣୀ କରିଥିଲେ ଓ ଅଧ୍ୟକ୍ଷlଙ୍କ ଉତ୍ତର ସନ୍ତୋଷ ଜନକ ନଥିବା କାରଣରୁ ଏଭଳି ସମ୍ବେଦନଶୀଳ ମାମଲାରେ ଅବହେଳା ପାଇଁ ରାୟଗଡା ଶିଶୁ କଲ୍ୟାଣ କମିଟି ଦ୍ୱାରା ଶିଶୁ ସୁରକ୍ଷା ରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ସହ କର୍ମରେ ସବୁ ଅବହେଳା କରିଥିବା ତଦନ୍ତ ପ୍ରକ୍ରିୟାରେ ଜଣାପଡିବା ପରେ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୧ ମଇ, ୨୦୨୫ ତାରିଖ ପତ୍ର ସଂଖ୍ୟା ୧୦୯୧୦, ୧୦୯୦୨, ୧୦୯୩୪ ଏବଂ ୧୦୯୨୬ ମାଧ୍ୟମରେ ଏହି କଠୋର ନିଷ୍ପତ୍ତିକୁ ମହାମହିମ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଜାରି କରାଯାଇଥିବା ଏହି ନିଲମ୍ବନ ଆଦେଶ ଅନୁଯାୟୀ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସିଡବ୍ଲ୍ୟୁସି ଅଧ୍ୟକ୍ଷ ବିଦୁଲତା ହୁଇକା, କମିଟିର ଚାରି ସଦସ୍ୟ (ଗାଗାରିନ୍ ଶବର, ପ୍ରିୟଦର୍ଶିନୀ ମହାକୁଲ, କୈଳାସ ଚନ୍ଦ୍ର ପାଳ ଓ ‌ଜ୍ୟୋତ୍ସ୍ନାମୟି ପାଢ଼ୀ) ଙ୍କୁ ନିଲମ୍ବନ କରାଯଇଥିଲା l ଏହାପରେ ଜିଲ୍ଲା ପ୍ରଶାସନ ରାୟଗଡ଼ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ସାମୟିକ ଭାବେ ସିଡ଼ବ୍ଲୁସି ଦାୟିତ୍ୱ ଦିଆଯାଇଥିଲା l ଯେହେତୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଗୁରୁତ୍ୱପୂର୍ଣ ଦାୟିତ୍ୱ ରହିଥିବାରୁ ଏହାର ନୂତନ ସିଡ଼ବ୍ଲୁସି ଗଠନ ହେବାଯାଏଁ ଦାୟିତ୍ୱ ତୁଲାଇବା ପାଇଁ ସରକାର ଆଦେଶ ସଂଖ୍ୟା ୧୧୫୪୯ ତା. ୮/୦୫/୨୦୨୫ ଅନୁଯାୟୀ କୋରାପୁଟ ସିଡବ୍ଲୁସିକୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ l ସେହିପରି ଆଦେଶ ବଳରେ କୋରାପୁଟ ସିଡ଼ବ୍ଲୁସି ରାୟଗଡ଼ ଦାୟିତ୍ୱ ଗ୍ରହଣ କରିବାକୁ ରାୟଗଡ଼ ଆସି ପୂର୍ବତନ ସିଡ଼ବ୍ଲୁସି ଅଧ୍ୟକ୍ଷl ଶ୍ରୀମତୀ ବିଦୁଲତା ହୁଇକା ଓ କମିଟିର ସଦସ୍ୟ ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ବାରମ୍ବାର ଅନୁରୋଧ କରିବା ସତ୍ୱେ କର୍ଣ୍ଣପାତ କରିନଥିବାରୁ ପରିଶେଷରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଉପଜିଲ୍ଲାପାଳ ଉପସ୍ଥିତରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଲାଭାଙ୍ଗି କୋରାପୁଟ ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଗଲା l
ଉକ୍ତ ମାମଲାରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର କହିଛନ୍ତି ଯେ ଗତ ୦୬ ତାରିଖରୁ ରାୟଗଡ଼ା ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତଲତ ହୁଇକାଙ୍କୁ ରାୟଗଡ଼ା ଶିଶୁ ମଙ୍ଗଳ କମିଟି ସମ୍ଭନ୍ଧିତ ସମସ୍ତ କାଗଜପତ୍ର ସହ କମିଟିକୁ କୋରାପୁଟ ସିଡବ୍ଲୁସିକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ କହିବାରୁ ପ୍ରଥମେ ବାହାରେ ଅଛି,ତାପରେ ଦେହ ଭଳନହିଁ ,ତାପରେ କରିଦେଉଛି ଏଭଳି ଆଜି ପର୍ଯ୍ୟନ୍ତ କହି ଚାଲିଲେ । ପୂର୍ବତନ ଅଧ୍ୟକ୍ଷଙ୍କ କିଛି ତଙ୍କର ଦୁର୍ବଳତା ଥିବ ବୋଧେ ଯେଉଁଥି ପାଇଁ ବିଭିନ୍ନ ଆଳ ଦେଖାଉଛନ୍ତି। ଶିଶୁବିକ୍ରି କଥା ପୂର୍ବରୁ ସେ ଜାଣିଛନ୍ତି ବୋଲି କହିଛନ୍ତି ,ଯଦି ଜାଣିଛନ୍ତି ତାହାହେଲେ ନିଜ ଆଡୁ କାହିଁକି କିଛି ଉଚିତ୍ ପଦକ୍ଷେପ ନେଲେ ନାହିଁ। ଯେତେବେଳେ ତାଙ୍କର ଫାଷ୍ଟ କ୍ଲାସ ମାଜିଷ୍ଟ୍ରେଟ ପାୱାର ଥାଇ ମଧ୍ୟ କାହିଁକି ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିବା ସହ ଯଦି ସେ ପ୍ରଶାସନ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ କହୁଛନ୍ତି,ଆଜି ପର୍ଯ୍ୟନ୍ତ ନ ନେଇ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଏଡିଏମ ଶ୍ରୀ କହଁର । ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ରାଜ୍ୟସରକାର କମିଟି ଭଙ୍ଗ ପାଇଁ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ଉଚିତ ପଦକ୍ଷେପ ନେଇଛନ୍ତି । ପୂର୍ବତନ ଅଧ୍ୟକ୍ଷାଙ୍କୁ ବାରମ୍ବାର ଦାୟିତ୍ଵ ହସ୍ତାନ୍ତର କରିବାକୁ କହିବା ସତ୍ତ୍ୱେ ହସ୍ତାନ୍ତର କରିନଥିବାରୁ ପରିଶେଷରେ
ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପରୁଲ ପାଟୱରିଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଉପଜିଲ୍ଲାପାଳଙ୍କୁ ମାଜିଷ୍ଟ୍ରେଟ ପାୱାର ଦେଇ ତାଙ୍କ ଉପସ୍ଥିତରେ ତାଲାଭାଙ୍ଗି କୋରାପୁଟ ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଗଲା ବୋଲି ଶ୍ରୀ କହଁର କହିଛନ୍ତି l
ଅପରପକ୍ଷରେ ପୂର୍ବତନ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା କିଛି ମିଳିପାରି ନାହିଁ। ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତ୍ ଲତା ହୁଇକା ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପଦ ରଦ୍ଧକୁ ନେଇ ଆଇନର ଆଶ୍ରୟ ନେବେ କହିଥିବା ବେଳେ ସଦସ୍ୟ ଶ୍ରୀ ପଲ ବର୍ତ୍ତମାନ ଏ ବିଷୟରେ କିଛି କହିହେବ ନାହିଁ ପରେ କହିବି ବୋଲି କହିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *