July 2, 2025
Home » ରାଜ୍ୟ ସ୍ତରିୟ ସବ୍ ଜୁନିଅର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ରନର୍ସଅପ୍।

ରାଜ୍ୟ ସ୍ତରିୟ ସବ୍ ଜୁନିଅର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ରନର୍ସଅପ୍।

0
WhatsApp Image 2024-12-19 at 1.06.19 PM

ବ୍ରହ୍ମପୁର: ଗତ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି କେନ୍ଦୁଝର ଠାରେ ଆୟୋଜିତ ହୋଇଥିବା ଆନ୍ତଃଜିଲ୍ଲା ସବ୍ ଜୁନିୟର ବାଳକ ହ୍ୟାଣ୍ଡବଲ ପ୍ରଯୋଗିତାରେ ଗଞ୍ଜାମ ଜିଲ୍ଲା ଅଂଶ ଗ୍ରହଣ କରି ତାର ପ୍ରଥମ ମ୍ୟାଚ୍ ରେ ଯାଜପୁର କୁ ୧୧-୫ ଗୋଲ ରେ ପରାସ୍ତ କରିବା ରେ ସଫଳ ହେବା ପରେ ସେକେଣ୍ଡ ମ୍ୟାଚ୍ ରେ ଭୁନେଶ୍ବରକୁ ୧୨-୫ ଗୋଲ୍ ବ୍ୟବଧାନରେ ପରାସ୍ତ କରିବା ରେ ସଫଳ ହୋଇଥଲା । ସେହିଭଳି ଥାର୍ଡ ମ୍ୟାଚ୍ ରେ ଢେଙ୍କାନାଳ କୁ ୧୦-୫ ଗୋଲ୍ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲ ମ୍ୟାଚ୍ ରେ ଦେଓଗଡ କୁ ୧୬-୮ ଗୋଲ୍ ରେ ହରାଇ ଫାଇନାଲ ମ୍ୟାଚ୍ ରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲ ମ୍ୟାଚ୍ ରେ କେନ୍ଦୁଝର ଠାରୁ ୨୬-୧୯ ଗୋଲ ବ୍ୟବଧାନ ରେ ପରାସ୍ତ ହେବା ସହ ଦ୍ୱତୀୟ ସ୍ଥାନ ଅଧିକାର କରିଥିଲା । ଦଳର ଏହି ସଫଳଥା ପାଇଁ ଜିଲ୍ଲା ହ୍ୟାଣ୍ଡବଲ ସଂଘ ର କାଯ୍ୟକାରୀ ସଭାପତି ଶ୍ରୀ ଅଶୋକ କୁମାର ଶୁକ୍ଳ, ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,ଏନ୍ଆଇଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ, ସଂଘଠନ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧକ୍ଷ ଡାକ୍ତର ମୋନଜ କୁମାର ପାତ୍ର ଙ୍କ ସହ ଜିଲ୍ଲାର ସମସ୍ତ କର୍ମ କର୍ତ୍ତା ଏହି ଖେଳାଳି ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଖେଳାଳି ମାନଙ୍କୁ ଏନ୍ଆଇଏସ୍ କୋଚ୍ ଶ୍ରୀ ପ୍ରଶାନ୍ତ କୁମାର ରଥ ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡ଼ିଆରେ ତାଲିମ ଦେଉଥିଲେ। ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ କିଛି ସମୟ ଉପସ୍ଥିତ ରହି ଖେଳାଳି ମାନଂକୁ ଉତ୍ସାହିତ କରିଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *