July 2, 2025
Home » ରାଜ୍ୟ ସ୍ତରୀୟ କ୍ରୀଡାମିଟ୍ ରେ ସୁଜାତା ମିଞ୍ଜ ଙ୍କ ସଫଳତା, ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା l

ରାଜ୍ୟ ସ୍ତରୀୟ କ୍ରୀଡାମିଟ୍ ରେ ସୁଜାତା ମିଞ୍ଜ ଙ୍କ ସଫଳତା, ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା l

0
WhatsApp Image 2024-09-24 at 7.53.39 PM

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା ପୋଲିସ ର ୭୦ ତମ ରାଜ୍ୟ ସ୍ତରୀୟ କ୍ରୀଡା ଉତ୍ସବରେ ସୁବର୍ଣ୍ଣପୁର ପୋଲିସ ର ସୋନପୁର ଥାନାରେ କାର୍ଯ୍ୟରତ ସୁଜାତା ମିଞ୍ଜ ଡ଼ିସକସ ଥ୍ରୋ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ପ୍ରଥମ ସ୍ଥାନ ଅଧିକାର ଓ ଗୋଲ୍ଡ ମେଡାଲ ପାଇବା ସହ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତଥା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ସେ ଜିଲ୍ଲାକୁ ଫେରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତରଫରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ର ସମ୍ବିଳନୀ କକ୍ଷ ଠାରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ ଶ୍ରୀମାଲ୍ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସଭାରେ ଜିଲ୍ଲା ପୋଲିସର ଅନେକ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲା ପୋଲିସ୍ ସମସ୍ତ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ଓ ଉନ୍ନତମାନର କ୍ରୀଡା ପ୍ରଦର୍ଶନ କରିବା ସହ ଶ୍ରେଷ୍ଠ ଖେଳାଳି ବା ପ୍ରତିଭା ଚିହ୍ନଟ କରିବାକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ପରାମର୍ଶ ଦେଇଥିଲେ। ପରେ ସଦର ଥାନା ରେ ମଧ୍ୟ ତାଙ୍କୁ ଆଇଆଇସି ରମେଶ କୁମାର ମାହାଣା ଙ୍କ ସହ ଅନ୍ୟ ଅଧିକାରୀ ତଥା ଥାନା ଷ୍ଟାଫ ସମ୍ବର୍ଦ୍ଧିତ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *