March 5, 2026
Home » ରାଜ୍ୟ ସ୍ତରୀୟ ଜୟ ବିହାରୀ ସାହିତ୍ୟ ସଂସଦ ର ଦ୍ଵିତୀୟ କବିତା ଆସର ” ଫଗୁଣ ର ରଙ୍ଗ”

ରାଜ୍ୟ ସ୍ତରୀୟ ଜୟ ବିହାରୀ ସାହିତ୍ୟ ସଂସଦ ର ଦ୍ଵିତୀୟ କବିତା ଆସର ” ଫଗୁଣ ର ରଙ୍ଗ”

0
WhatsApp Image 2026-03-03 at 6.08.32 PM

ସୁବର୍ଣ୍ଣପୁର: ମଙ୍ଗଳବାର ଦିନ ରାଜ୍ୟ ସ୍ତରୀୟ ଜୟ ବିହାରୀ ସାହିତ୍ୟ ସଂସଦ , ସୋନପୁର ର ଦ୍ଵିତୀୟ କବିତା ଆସର ଫଗୁଣର ରଂଗ ଅନୁଷ୍ଠିତ ହୋଇ ଯାଇଛି । ସଂସଦର ପ୍ରତିଷ୍ଠାତା ସଭାପତି ସୁଧିର କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ସୁନନ୍ଦା ସାହୁ ମୁଖ୍ୟ ଅତିଥି ହୋଇ ଥିବା ବେଳେ ସଂପାଦିକା ଗୀତାଞ୍ଜଳୀ ମିଶ୍ର, ଯୁଗ୍ମ ସଂପାଦିକା ତୃପ୍ତିମୟୀ ତ୍ରିପାଠୀ ଯୋଗ ଦେଇଥିଲେ । ଶ୍ରୀମତୀ ରଶ୍ମିତା ସା ସ୍ୱାଗତ ସଂଗୀତ ଗାନ କରିଥିଲେ ।ଆହ୍ଲାଦିନୀ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଏହି କବିତା ଆସରକୁ ଦିଲୀପ ମିଶ୍ର ସଂଯୋଜନା କରିଥିଲେ । କବୟିତ୍ରୀ ଜୟଶ୍ରୀ ପଣ୍ଡା, ସ୍ୱପ୍ନାଶର୍ମିଷ୍ଟା ମିଶ୍ର , ରଶ୍ମିତା ସା , ଯମୁନା ମିଶ୍ର, ,ଧୀରୋଜ ପାତ୍ର, ଝରଣା ମିଶ୍ର, ଯମୁନା ମହାପାତ୍ର , ଜଗ ଜୀବନ ରାମ ଦଣ୍ଡସେନା, ରୀନାରାଣୀ ବସ୍ତିଆ ,ସ୍ଵର୍ଣ୍ଣପ୍ରଭା ମହାପାତ୍ର , ମମତା ସାହୁ , କବିତା ମିଶ୍ର , ସରିତା ମେହେର, ସ୍ମୃତି ପ୍ରିୟଦର୍ଶନୀ ପ୍ରଧାନ , ନିରୁପମା ମିଶ୍ର ,ପ୍ରହ୍ଲାଦ ଦଣ୍ଡ ସେନା, ଶରତ ତନ୍ତି , ଶକୁନ୍ତଳା ସାହୁ ,ନିମନ୍ତ୍ରିତ କବି ସୁବର୍ଣ୍ଣପୁର , ବଲାଙ୍ଗୀର , ବୌଦ୍ଧ ଝାରସୁଗୁଡ଼ା, କଳାହାଣ୍ଡି, ବରଗଡ଼ ଓ ଜିଲ୍ଲାରୁ ଯୋଗ ଦେଇଥିଲେ । ଶେଷରେ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *