March 13, 2025
Home » ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବକୁ ଶୁଭ ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ

ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବକୁ ଶୁଭ ଉଦଘାଟନ କଲେ ରାଜସ୍ୱ ମନ୍ତ୍ରୀ

0

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କେଳାକଟା ଠାରେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ମାହେଶ୍ୱରୀ ଗୋଶାଳା ପରିଦର୍ଶନ କରି ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରତି ଶ୍ରୁତି ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ l
ବୌଦ୍ଧ ଜିଲ୍ଲାର ମଥୁରl ପଂଚାୟତ କେଳାକଟା ଖେଳ ପଡିଆଠାରେ ପ୍ରଥମ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସରରେ ସର୍ବ ପ୍ରଥମେ ମାହେଶ୍ୱରୀ ଗୋଶାଳା ପରିଦର୍ଶନ କରି ଗୋ ପୂଜନ କରିଥିଲେ ଓ ଗୋଶାଳାର ଭିତ୍ତିଭୂମି ଉନ୍ନତି ନିମନ୍ତେ ପ୍ରତିଶୃତି ଦେଇଥିଲେ l ସଂମ୍ମାନୀତ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ଓଡିଶା ବିଧାନସଭା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ,, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଭାସ କୁମାର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ମୁଖ୍ୟ ବକ୍ତା ଭାବେ ସନ୍ଥ କମଳ ମହାପ୍ରଭୁ ମଞ୍ଚାସିନ ଥିଲେ l ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ସଭା ସଂଯୋଜନା କରିଥିବାବେଳେ, ଦୋଳ ମହୋତ୍ସବ କମିଟି ସଭାପତି ଜଗନ୍ନାଥ ମେହେର, ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆସନ୍ତା 16 ରିଖ ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ, ଜ୍ଞାନଯଜ୍ଞ, ଜପ ଯଜ୍ଞ ଶ୍ରୀକୃଷ୍ଣ ଲୀଳା, ବୈଦ୍ୟ ସମ୍ବିଳନୀ, ପାରମ୍ପରିକ କୃଷକ ସମ୍ବିଳନୀ, ବିଭିନ୍ନ ଆଲୋଚନାଚକ୍ର ସହିତ ଆସନ୍ତା 16ତାରିଖରେ ମାହେଶ୍ୱରୀ ଗୋଶାଳା ଶୁଭ ଉଦଘାଟନ ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ୍ୟ କମିଟି ମାନେ ସହଯୋଗ କରିଥିଲେ l ଏଥିରେ ମାହେଶ୍ୱରୀ ଗୋଶାଳା ଓ ଦୋଳ ମହୋତ୍ସବ କମିଟି ସମ୍ପାଦକ କୃତ୍ତିବାସ ପଲିଆ ଅଂଚଳର ବିଭିନ୍ନ ସମସ୍ୟା ଓ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଉପସ୍ଥିତ ଅତିଥି ମାନଙ୍କୁ ଉପସ୍ଥାପନା କରିଥିଲେ l ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ନିମନ୍ତେ ବରଗଡ଼ ଧନୁଯାତ୍ରା ଭଳିଆ ସରକାରୀ ଅନୁଦାନ ବଜେଟ ରେ ସ୍ଥାନିତ କରିବା ଓ ବିଭିନ୍ନ ବିଭାଗ ତରଫରୁ କର୍ମଶାଳା, ପଲ୍ଲିଶ୍ରୀମେଳା, ଵିଜ୍ଞାପନ ନିମନ୍ତେ ଅର୍ଥ ବ୍ୟବସ୍ଥା ଗୋପ, ମଥୁରା ବୃନ୍ଦାବନ, ରାଧାନଗର, କୃଷ୍ଣ ମୋହନପୁର କୁ ନନ୍ଦନବନ ସହ ମିଶେଇବା,ରାଧାକୃଷ୍ଣଙ୍କ ଲୀଳାକ୍ଷେତ୍ରରେ ପରିଣତ କରିବା ପାଇଁ ବୃନ୍ଦାବନ ପାହାଡ଼ରେ 51ଫୁଟର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ,କେଳାକଟା ଗିରିଗୋବର୍ଦ୍ଧନ ପାହlଡ଼ରେ 108ଫୁଟର ବୁଦ୍ଧ ମୂର୍ତ୍ତି ସ୍ଥାପନ, କେଳାକଟା ଓ ମଥୁରା ବନ୍ଧର ଉନ୍ନତି କରଣ ସହିତ ନୌକା ବିହାର, ମାହେଶ୍ୱରୀ ଗୋଶାଳା କୁ ଗମନାଗମନ ସୁବିଧା ନିମନ୍ତେ ଚମ୍ପାପୁର ଠାରୁ ପଙ୍କୁଆଳ ରାସ୍ତା, ଖଜୁରୀପଡା ଠାରୁ ଦନ୍ତାପାଳି ରାସ୍ତା, ନୂଆପଡା ଠାରୁ ରାୟପୁର ମେନ କେନାଲ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ, ନନ୍ଦନବନ ପ୍ରକଳ୍ପ କୁ କାର୍ଯ୍ୟକାରୀ କରେଇବା, କେଳାକଟା ମାହେଶ୍ୱରୀ ପୀଠ ଠାରେ ଏକ ଭବ୍ୟ ମାହେଶ୍ୱରୀ ମନ୍ଦିର ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା l ଦୋଳ ମହୋତ୍ସବକୁ ସଫଳ କରିବା ନିମନ୍ତେ ଏକ କମିଟି ଗଠନ କରାଯାଇ ସଭାପତି ଭାବେ ଜଗନ୍ନାଥ ମେହେରଙ୍କୁ ନାନୋନୀତ କରାଯାଇଥିଲା ଓ ବିଭାଗ ବଣ୍ଟନ କରାଯାଇଥିଲା l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମର୍ଜାକୁଦର ପତର ସଉରା, ବୌଦ୍ଧ ଜିଲ୍ଲା ଧାର୍ମିକ ସାଂସ୍କୃତିକ ସେବା ମହାସଙ୍ଘ ତରଫରୁ 7ଗୋଟି କୃଷ୍ଣ ଗୁରୁ ଦଳ, ବିଭିନ୍ନ ବିଦ୍ୟାଳୟର ପିଲାମାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ଆଲୋଚନାଚକ୍ର ସଫଳ କରିବା ନିମନ୍ତେ କାର୍ଯ୍ୟକ୍ରମ ସଂଯୋଜକ ଭାବେ ସାମାଜିଜକର୍ମୀ କେଦାରନାଥ ସାହୁ, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର,ବରିଷ୍ଟ ସାମାଜିକକର୍ମୀ ମାଗୁଣି ଗାଈଗୌରିଆ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପ୍ରଧାନ,ଶିକ୍ଷାବିତ ବସନ୍ତ ବିଶ୍ୱାଳ,
ଡା ନିରାକାର ବେହେରା, ପ୍ରତିଷ୍ଠାତା, ବୈଦ୍ୟଶାଳା, ଓଡିଶା
ବ୍ରହ୍ମଚାରୀ ଆଚାର୍ଯ୍ୟ ଆଦିତ୍ୟ ଦାସ, ମୁଖ୍ୟ ଆଚାର୍ଯ୍ୟ,ଶ୍ରୀ ରାଧା ମାଧବ ସେବା ଶ୍ରମ, ବୁଟୁପାଳି,ବାବା ଖଗେଶ୍ୱର ବାନପ୍ରସ୍ତି, ସତ୍ୟ ସନାତନ ଧର୍ମ, ସେବା ସଙ୍ଘ, ମଥୁରା
ଅଭିନଵ ପଟ୍ଟନାୟକ, ଆବାହକ, ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ
ଇଂ ବିକାଶ ଚନ୍ଦ୍ର ମହାକୁଳ,ସାମାଜିକ କର୍ମୀ ତଥା ସୁ ସଂଗଠକ,ବୌଦ୍ଧ ଜିଲ୍ଲା ଧାର୍ମିକ, ସାଂସ୍କୃତିକ ସେବା ମହାସଙ୍ଘ ସମ୍ପାଦକ ଅରୁଣ କୁମାର ମେଣ୍ଡିଲି, ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କର୍ଣ୍ଣଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ
ଗ୍ରାମ୍ୟ କମିଟିର ସଭାପତି, ସମ୍ପାଦକ, ୱାର୍ଡ ସଭ୍ୟ, ସରପଞ୍ଚ, ବିଭିନ୍ନ ଅନୁଷ୍ଠିତ ଓ ବ୍ୟକ୍ତି ବିଶେଷ ମାନଙ୍କ ସହଯୋଗ କାମନା ନିମନ୍ତେ ଯୋଗାଯୋଗ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇଥିଲା l ଆସନ୍ତା 10 ତାରିଖ ଠାରୁ କୃଷ୍ଣଲୀଳା, କଂସ ଦରବାର, ମିନା ବଜାର, ଆମ ଗାଁ ବୈଦ୍ୟଶାଲା ହାଟ, ଶୁଭରମ୍ବ ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *