July 6, 2025
Home » ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଷଷ୍ଠ ଦିନରେ ସାହିତ୍ୟ, ସଂସ୍କୃତି, ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଷଷ୍ଠ ଦିନରେ ସାହିତ୍ୟ, ସଂସ୍କୃତି, ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-03-14 at 5.31.09 PM

l
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ମଥୁରl ପଂଚାୟତ କେଳାକଟା ଖେଳ ପଡିଆଠାରେ ପ୍ରଥମ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆଜି ସନ୍ଧ୍ୟାରେ ରାଜ୍ୟ ସ୍ତରୀୟ ସାହିତ୍ୟ, ସଂସ୍କୃତି ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହା ପରେ ସୁସଜ୍ଜିତ ରଥରେ ମହାରାଜ କଂସ ମଥୁରା ପଂଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲେ l ମହାରାଜ କଂସ ଙ୍କୁ ଗ୍ରାମମାନଙ୍କରେ ଭବ୍ୟ ସ୍ୱାଗତ କରାଯାଇଥିଲା l ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସାମାଜିକକର୍ମୀ, ପୂର୍ବତନ ବିଧାୟକ, ରାଜ୍ୟ କଳା ସଂସ୍କୃତି ପରିଷଦ ଓଡିଶାର ମୁଖ୍ୟ ପୃଷ୍ଠପୋଷକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ସାରା ରାଜ୍ୟର କଳାକାର, କବି, ସାହିତ୍ୟିକ ମାନଙ୍କ ସାମଗ୍ରିକ ବିକାଶରେ ଦୋଳ ମହୋତ୍ସବ ଆୟୋଜନ ନିଶ୍ଚିତ ଭାବରେ ସାହାୟ ହେବ ବୋଲି କହିଥିଲେ l

ମୁଖ୍ୟବକ୍ତା ଭାବେ ଶଷଧର ପଣ୍ଡା,ବିଶିଷ୍ଟ ଅତିଥି ଭାବେ ଓଡିଶା କଳା, ସଂସ୍କୃତି ପରିଷଦ ରାଜ୍ୟ ଅଧ୍ୟକ୍ଷ ଲଷ୍ମୀଧର ସାହୁ,ସଂମ୍ମାନୀତ ଅତିଥି ଭାବେ କୁମାରକବି ପ୍ରଶାନ୍ତ କୁମାର ବାହିନୀପତି,ସମାଜସେବୀ କବି ହୃଦାନନ୍ଦ ସାସମଲ ଯୋଗ ଦେଇ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବକୁ ସରସ ସୁନ୍ଦର କରିଥିଲେ l ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ସଭା ସଂଯୋଜନା କରିଥିବାବେଳେ ଦୋଳ ମହୋତ୍ସବ କମିଟି ସଭାପତି ଜଗନ୍ନାଥ ମେହେର ସଭାପତିତ୍ୱ କରିଥିଲେ l ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା, ବୈଦ୍ୟ ସମ୍ବିଳନୀ, ପାରମ୍ପରିକ କୃଷକ ସମ୍ବିଳନୀ, ବିଭିନ୍ନ ଆଲୋଚନାଚକ୍ର ସହିତ ଆସନ୍ତା 16 ତାରିଖରେ ମାହେଶ୍ୱରୀ ଗୋଶାଳା ଶୁଭ ଉଦଘାଟନ ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ୍ୟ କମିଟି ମାନେ ସହଯୋଗ କରିଥିଲେ l ଦୋଳ ମହୋତ୍ସବକୁ ସଫଳ କରିବା ନିମନ୍ତେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଗୋପପୁର ସଂକୀର୍ତ୍ତନ୍ୟ ମଣ୍ଡଳୀ, ଚଂପାପୁର ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସମ୍ବଲପୁରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *